ଆସନ୍ତାକାଲିଠୁ ୭୨ ଘଣ୍ଟା ଯାଏଁ ରାୟଗଡ଼ା ଜିଲା ସଟ୍‌ଡାଉନ୍

ରାୟଗଡ଼ା : ଆସନ୍ତାକାଲିଠୁ ୭୨ ଘଣ୍ଟା ପାଇଁ ରାୟଗଡା ଜିଲାକୁ ସଟ୍‌ଡାଉନ ଘୋଷଣା କରିଛି ଜିଲା ପ୍ରଶାସନ । ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୧୬୪ କରୋନା ପଜିଟିଭ୍ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ୭୨ ଘଣ୍ଟା ପାଇଁ ଜିଲାକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରାଯାଇଛି । ଏନେଇ ଜିଲାପାଳ ସୂଚନା ଦେଇଛନ୍ତି ।

ଏହାସହ ୪୮ ଘଣ୍ଟା ଯାଏ ବନ୍ଦ ରହିବ ଜିଲା ମୁଖ୍ୟ  ଚିକିତ୍ସାଳୟ । ଗୋଟିଏ ଦିନରେ ଦେଢ଼ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ଜିଲା ମୁଖ୍ୟ  ଚିକିତ୍ସାଳୟକୁ ବନ୍ଦ କରି ସାନିଟାଇଜ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏହି ୪୮ ଘଣ୍ଟା ମଧ୍ୟରେ ଜିଲା ମୁଖ୍ୟ  ଚିକିତ୍ସାଳୟରେ କେବଳ ଜରୁରୀ ସେବା ଓ କାଜୁଆଲିଟି ଖୋଲା ରହିବ । ଜିଲାରେୂ ୭୨ ଘଣ୍ଟା ସଟ୍‌ଡାଉନ ସମୟରେ କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ ସାନିଟାଇଜ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ମିଳିଛି ।

Comments are closed.