କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ଭୁବନେଶ୍ଵର : ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିବା ଜଣାପଡିଛି। ନିଲମ୍ବନ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି। କୋଭିଡ୍ ମୁକାବିଲା ପାଇଁ ଗଞ୍ଜାମରେ ଓଏସ୍‌ଡି ଥିଲେ ପୂର୍ଣ୍ଣଚନ୍ଦ୍ର ଜେନା। ତେବେ ତାଙ୍କୁ ରାୟଗଡ଼ା ମୁଖ୍ୟ କାର୍ଯ୍ୟାଳୟ ନ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି।

 

Comments are closed.