ଦେଶୀ ଚୋରାମଦ ରନ୍ଧା କେନ୍ଦ୍ର ଉପରେ ଚଢଉ

ଗୁରୁଡିଝାଟିଆ : ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଅବାଧରେ ଚୋରା ଦେଶୀମଦ ରନ୍ଧା ଚାଲିଛି । ଏକାଧିକ ଭାଟିଦ୍ୱାରା ବର୍ଷ ତମାମ ଚୋରା ଦେଶୀମଦ ରନ୍ଧା ହୋଇ ବାହାରକୁ ଚୋରା ଚାଲାଣ ହେବା ସହ ଜଙ୍ଗଲକୁ କାଟି ଧ୍ୱଂସ କରାଯାଉଛି । ଭାଟିରେ ବ୍ୟବହୃତ କାଠ ଜଙ୍ଗଲରୁ କଟା ହେଉଥିବା ବେଳେ ପୋଚକୁ ବନ୍ୟପ୍ରାଣୀମାନେ ଖାଇ ଅସୁସ୍ଥ ହେଉଛନ୍ତି। ଏ ସଂପର୍କରେ ଏକାଧିକବାର ଗଣମାଧ୍ୟମରେ ପ୍ରକାଶ ପରେ ବୁଧବାର ବନବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢଉ ହୋଇଥିଲା । ପ୍ରାୟ ୨ହଜାର ଲିଟର ପୋଚକୁ ନଷ୍ଟ କରାଯାଇଥିଲା । ଆଜିର ଏହି ଚଢାଉରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ, ଅବକାରୀ ନିରୀକ୍ଷକ କେଶବ ଦାସ ଓ ଉଭୟ ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଚଢଉ ଅବ୍ୟାହତ ରହିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି। ହେଲେ ସବୁଠାରୁ ବଡକଥା ଚଢଉ କରାଯାଉଥିଲେ ମଧ୍ୟ ମଦ ରାନ୍ଧୁଥିବା ମାଫିଆମାନଙ୍କୁ ଧରିବାରେ କେବେ ବନବିଭାଗ ସଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed.