ନୂଆସାହି ପାହଡରୁ ନରକଙ୍କାଳ ଉଦ୍ଧାର : ସିଆରପିଏଫ ଯବାନଙ୍କର ସନ୍ଦେହ

ରାୟଗଡ଼ା : ରାୟଗଡ଼ା ଜିଲା ଆଞ୍ଜିାପେଟା ଛକ ନିକଟ ନୂଆସାହି ପାହଡ ଉପରୁ ରବିବାର ଏକ ନରକଙ୍କାଳ ଉଦ୍ଧାର କରାଯାଇଛି । କଙ୍କାଳ ନିକଟ ଏକ ବ୍ୟାଗରୁ ଜଣେ ସିଆରପିଏଫ ଯବନାଙ୍କ ଆଇକାର୍ଡ ଠାବ କରାଯାଇଛି। ଆଇକାର୍ଡରେ ଯବାନଙ୍କ ନାମ ଧରମ ଦେବ ଲେଖା ଥିବା ଜଣାପଡ଼ିଛି। ଧରମ ଦେବ ଶେଷଖାଲ ଥାନା ଅଞ୍ଚଳରେ ଥିବା କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ଧରମ ଦେବ ଜାନୁଆରୀରେ ଚଇତି ଡ୍ୟୁଟିକୁ ଆସି ନିଖୋଜ ଥିଲେ। ନିଖୋଜ ନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

Comments are closed.