କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା, ରାସ୍ତା କଡରେ ମହିଳା ଯନ୍ମଦେଲେ ନବଜାତ ଶିଶୁ

ଗାଁକୁ ରାସ୍ତା ନଥିବାରୁ ୫ କିମି ଚାଲି ଚାଲି ପହଞ୍ଚିଲେ ୧୦୮ କର୍ମଚାରୀ

କାଶୀପୁର: ସରକାରଙ୍କ ବହୁ ଯୋଜନା ଅପହଞ୍ଚ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ । କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଇଚ୍ଛାଶକ୍ତିର ଅଭାବ ।ସେ ଯାହାବି ହେଉ ସବୁ ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ନିରିହ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା ।ରାୟଗଡ ଜିଲା କାଶୀପୁର ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ସିରନାମ ପାଲଟିଥିବା ବେଳେ ପ୍ରଶାସନର ଆନ୍ତରିକତା ଅଭାବରୁ ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣା ଫର୍ଦ ଯୋଡ଼ିହେଉଛି ।ଶନିବାର ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ର କୋଡିପାରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଜାପଦର ଗାଁରେ । ଭେଜାପଦର ଗ୍ରାମର ତୁଳା ରାମ ନାଏକ ଙ୍କର ସ୍ତ୍ରୀ ମୋନାଲି ନାଏକଙ୍କର ଆଜି ଗର୍ଭ ଯନ୍ତ୍ରଣା ହୋଇଥିଲା । ମୋନାଲୀଙ୍କୁ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ନିମନ୍ତେ ସ୍ୱାମୀ ତୁଳାରାମ ନାଏକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ । ୧୦୮ ଆମ୍ବୁଲେନ୍ସ ଟିକିରି ଠାରୁ ଆସିଥିଲା ହେଲେ ଭେଜାପଦର ଗାଁରେ ପହଞ୍ଚି ପାରିନଥିଲା । କାରଣ ଗାଁକୁ ରାସ୍ତା ନଥିଲା । ଯାହା ଫଳରେ ଗାଁଠୁ ପ୍ରାୟ ୫ କିମି ଦୁରରେ ସିଲାଫାସ ନିକଟରେ ଅଟକି ଯାଇଥିଲା ୧୦୮ ଆମ୍ବୁଲାନ୍ସ ।

ଶେଷରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ, ଆମ୍ବୁଲାନ୍ସ ଫର୍ମାସିଷ୍ଟ ସନ୍ତଷ ନାଲା,ଡ୍ରାଇଭର ନୀଳକଣ୍ଠ ଗୌଡ଼ , ହେଲପର ତାଉଡୁ ମାଣ୍ଡଙ୍ଗି ପାଦରେ ଚାଲି ଚାଲି ଭେଜାପଦର ଗାଁରେ ପହଞ୍ଚିଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏବଂ ପରିବାର କିଛି ମହିଳା ସଦସ୍ୟାଙ୍କ ଉଦ୍ୟମରେ ଷ୍ଟ୍ରେଚେରରେ ଗର୍ଭବତୀ ମୋନାଲୀଙ୍କୁ ସିଲାଫାସ ନିକଟରେ ଅଟକି ଥିବା ଆମ୍ବୁଲାନ୍ସ ନିକଟକୁ ଆଣୁଥିଲେ । କିନ୍ତୁ ଆଣିବା ବାଟରେ ମୋନାଲୀଙ୍କ ପ୍ରସବ ବେଦନା ଭୀଷଣ ହୋଇଥିଲା । ଫଳରେ କିଛି ଉପାୟ ନପାଇ ୧୦୮ କର୍ମଚାରୀ ଓ ପରିବାରର ମହିଳାଙ୍କ ସାହାର୍ଯ୍ୟରେ ରାସ୍ତାକଡ଼ ଏକ ବୁଦା ମୂଳେ ବିପଦପୂର୍ଣ୍ଣ ସ୍ଥାନରେ ମୋନାଲୀ ପ୍ରସବ କରିଥିଲେ ଏକ ପୁତ୍ର ସନ୍ତାନ ।  ପ୍ରସବ ପରେ ଗର୍ଭବତୀ ଙ୍କର ଶରୀରରୁ ଅତ୍ୟଧିକ ରକ୍ତସ୍ରାବ ହେଉଥିବା ଦେଖି କୌଣସି ପ୍ରକାରେ ଆମ୍ବୁଲେନ୍ସ କର୍ମଚାରୀ ତୁରନ୍ତ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଭର୍ତି କରିଥିଲେ । ବର୍ତ୍ତମାନ ମା ଏବଂ ଜନ୍ମିତ ଶିଶୁ ଉଭୟ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।ଏଭଳି ଘଟଣା କାଶୀପୁର ବ୍ଲକରେ ବାରମ୍ବାର ଘଟୁଥିବା ବେଳେ ଏଭଳି ଘଟଣାକୁ ଜିଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ ମହଲରେ ବାରମ୍ବାର ଦାବି ହେଉଥିଲେ ସୁଧା ସୁଫଳ ହେଉ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।ଅନ୍ୟ ପଟେ ୧୦୮ ଆମ୍ବୁଲେନ୍ସ କର୍ମଚାରୀ, ଆମ୍ବୁଲେନ୍ସ ଫର୍ମାସିଷ୍ଟ ସନ୍ତଷ ନାଲା,ଡ୍ରାଇଭର ନୀଳକଣ୍ଠ ଗୌଡ଼ , ହେଲପର ତାଉଡୁ ମାଣ୍ଡଙ୍ଗିଙ୍କ ଏଭଳି ମହାନତାକୁ ସ୍ଥାନୀୟ ଅଞ୍ଚଳରେ ସାଧୁବାଦ ଜଣାଇଛନ୍ତି।

Comments are closed.