ହୋଲି ପରେ ଦିଲ୍ଲୀ ହିଂସା ସଂପର୍କରେ ପାର୍ଲାମେଣ୍ଟରେ ଆଲୋଚନା : ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ଉତ୍ତର ପୂର୍ବ ଦିଲ୍ଲୀ ହିଂସାକାଣ୍ଡ ଘଟଣା ଉପରେ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ତେବେ ହୋଲି ପରେ  ଏ ସଂପର୍କରେ ଆଲୋଚନା କରାଯିବ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଙ୍ଗଳବାର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଏହା କହିଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ ସ୍ୱାଭାବିକ ଅବସ୍ଥା ଫେରିବାରେ ଲାଗିଛି ଓ ଦେଶର ଅନ୍ୟାନ୍ୟ ଭାଗରେ ମଧ୍ୟ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି।
ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ମନ୍ତ୍ରୀ କହିଥିଲେ,ବେଳେ ବେଳେ ଗୃହରେ ଆଲୋଚନା ଯୋଗୁଁ ଅଧିକ ଉତ୍ତେଜନା ସୃଷ୍ଟି କରିବାର ସମ୍ଭାବନା ଥାଏ। ଏହାକୁ ଦୃଷ୍ଟିରେ ରଖି ଶାନ୍ତିପୂର୍ଣ୍ଣ ଭାବେ ହୋଲି ଉତ୍ସବ ପରେ ଏ ବିଷୟରେ ଅଗ୍ରାଧିକାର ଭିତ୍ତିରେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

Comments are closed.