ଆଜିଠାରୁ ରବି ଧାନ ସଂଗ୍ରହ ; କାଲିଠୁ ମୁଗ ବିରି

 

ଭୁବନେଶ୍ବର :  କରୋନା ମୁକାବିଲା ପରିପ୍ରେକ୍ଷୀରେ କୃଷିକ୍ଷେତ୍ରପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ବୁଧବାର ଠାରୁ ଧାନ ସଂଗ୍ରହ କାର୍ଯ୍ୟ ତଥା ମୁଗ ଓ ବିରି ଆଦି ରବି ଫସଲ ୭ ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ସଂଗ୍ରହ ଆରମ୍ଭ ହେବ ।

ବିଶେଷ କରି ଗ୍ରୀନ ଜୋନରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜୀବିକା ଏବଂ ପରିବହନ ସ୍ବଭାବିକ କରାଯିବ। ସେହିପରି ଚାଈେ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ଋଣ ସହାୟତା ବୃଦ୍ଧି କରାଯିବ।

Comments are closed.