ରେଭେନ୍ସା ରତ୍ନ ସମ୍ମାନ କାର୍ଯ୍ୟକ୍ରମରେ ମନଜିଣିଲା “କର୍ତ୍ତବ୍ୟ”

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗତକାଲି ବିଶ୍ବବିଦ୍ୟାଳୟ ପରିସରରେ ଥିବା ସେଭେନ୍ ପିଲାରରେ ନାଟକ “କର୍ତ୍ତବ୍ୟ” ମଞ୍ଚସ୍ଥ ହୋଇଯାଇଛି। ରେଭେନ୍ସା ରତ୍ନ ସମ୍ମାନ କାର୍ଯ୍ୟକ୍ରମ ଅବସରରେ ପ୍ରଦର୍ଶିତ ହୋଇଥିବା ଏହି ନାଟକଟି ଉପସ୍ଥିତ ଦର୍ଶକମାନଙ୍କ ମନଜିଣିବା ସହିତ ସମସ୍ଥଙ୍କ ମନୋରଞ୍ଜନ କରିଥିଲା। ରେଭନ୍ସୋ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡ଼.ଦେବୀଲାଲ ମିଶ୍ରଙ୍କ ଦ୍ବାରା ରଚିତ ଓ ନିର୍ଦେଶିତ ଏହି ନାଟକଟିରେ ସ୍ବାତି, ମନୋରଞ୍ଜନ, ରୋହିତ, ରାକ୍ଷୀ, ବିରଞ୍ଚି, ରିତା, ସ୍ବାଗତିକା, ପୁର୍ଣ୍ଣିମା ପ୍ରମୁଖ ଛାତ୍ରଛାତ୍ରୀ ଅଭିନୟ କରିଥିଲେ। ସ୍ବାତି ବୋଲି ଜଣେ ମହିଳା ସାମ୍ବାଦିକର ସଘର୍ଷର କାହାଣୀ ଥିଲା ନାଟକର ମୁଖ୍ୟ ବିଷୟବସ୍ତୁ। ଜଣେ ସାମ୍ବାଦିକର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆସୁଥିବା ଆହ୍ବାନ ଏବଂ ଜଣେ ମହିଳା ସାମ୍ବାଦିକର ଭାବାବେଗକୁ ଅତି ପ୍ରଭାବି ଢଙ୍ଗରେ ଉପସ୍ଥାପିତ କରାଯାଇଥିଲା। ନାଟକଟି ସମସ୍ଥଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

 

Comments are closed.