ରେଭେନ୍ସା ବାଳିକା ବିଦ୍ୟାଳୟରେ ପୁରାତନ ଛାତ୍ରୀଙ୍କ ବୈଠକ ଅନୁଷ୍ଠିତ

କଟକ: ରେଭେନ୍ସା ବାଳିକା ବିଦ୍ୟାଳୟର ପୁରାତନ ଛାତ୍ରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ମଧୁସ୍ମୃତି ଗୃହରେ ସୁଜାତା ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ପୁରାତନ ଛାତ୍ରୀମାନଙ୍କୁ ଅଧିକରୁ ଅଧିକ ସାମିଲ କରିବା ପାଇଁ ପ୍ରତ୍ୟେକ ବ୍ୟାଚର ଜଣଙ୍କୁ ମନିଟର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। ଅନ୍ୟ ପକ୍ଷରେ ପୁରାତନ ଛାତ୍ରୀ ସଂଘର ପଞ୍ଜିକରଣ ସହ ନିକଟସ୍ତ ବ୍ୟାଙ୍କରେ ସଂଘର ଏକ ଆକାଉଣ୍ଟ ଖୋଲିବାକୁ ସ୍ଥିର କରାଯାଇଛି।

ରେଭେନ୍ସା ବାଳିକା ବିଦ୍ୟାଳୟକୁ ୧୫୦ ବର୍ଷ ପୂରିବାକୁ ଯାଉଥିବା ବେଳେ ଏ ନେଇ ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆସନ୍ତା ମାସ ୧ରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି। ଏହି ବୈଠକରେ ସମ୍ପାଦକ ପୁଷ୍ପା ସାମଲଙ୍କ ଶତାଧିକ ପୁରାତନ ଛାତ୍ରୀ ସାମିଲ ହୋଇଥିଲେ।

Comments are closed.