‘କେଜିଏଫ୍‍-୨’ରେ ରବୀନା ଟଣ୍ଡନ ; ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କରିବେ ଅଭିନୟ

ମୁମ୍ବଇ : ୟଶଙ୍କ ଅଭିନୀତ ଆଗାମୀ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ୍‍ ଚ୍ୟାପ୍ଟର-୨’ରେ ବଲିଉଡ଼ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଦେଖିବାକୁ ମିଳିବ। ମିଳିଥିବା ସୂଚନା ଅନୁସାରେ, ଚଳଚ୍ଚିତ୍ରରେ ରବୀନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରରେ ରବୀନାଙ୍କ ଭୂମିକା ଖୁବ୍‍ ଗୁରୁତ୍ୱ ବହନ କରିଛି। ‘କେଜିଏଫ୍‍ ଚ୍ୟାପ୍ଟର-୨’ର ଶୁଟିଂ ଆରମ୍ଭ ହୋଇସାରିଛି। ଚଳଚ୍ଚିତ୍ରର ପ୍ରଥମ ଭାଗ ଅପେକ୍ଷା ଦ୍ୱିତୀୟ ଭାଗରେ ସବୁକିଛି ଅଧିକ ଉନ୍ନତ ଓ ବଡ଼ ଧରଣର ହେବ। ଏହି ବଡ଼ ବଜେଟ ଚଳଚ୍ଚିତ୍ରକୁ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଉଛନ୍ତି।

ଉଲ୍ଲେଖଯୋଗ୍ୟ, ‘କେଜିଏଫ୍‍ ଚ୍ୟାପ୍ଟର-୧’ ବକ୍ସ ଅଫିସରେ ଅଦମ୍ୟ ସଫଳତା ହାସଲ କରିଥିଲା। ଏଥିରେ ୟଶଙ୍କ ଅଭିନୟକୁ ଖୁବ୍‍ ପ୍ରଶଂସା କରାଯାଇଥିଲା। ‘କେଜିଏଫ୍‍ ଚ୍ୟାପ୍ଟର-୧’ର ପ୍ରଶଂସକମାନେ ଏହାର ଦ୍ୱିତୀୟ ଭାଗ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Comments are closed.