ଧରାପୃଷ୍ଠରୁ ବିଦାୟ ନେଲେ ଜଗତ୍ ଜନନୀ

ରେଙ୍ଗାଲି : ଶାରଦୀୟ ପାର୍ବଣ ଅବସରରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ ପାଇଁ ଧରାବତରଣ କରିଥିବା ମୃଣ୍ମୟୀ ଦେବୀ ଜଗତ୍ ଜନନୀ ମା ଦୁର୍ଗା ଧରାପୃଷ୍ଠରୁ ବିଦାୟ ନେଇଛନ୍ତି। ରେଙ୍ଗାଲି ବ୍ଲକର ରେଙ୍ଗାଲି ବସଷ୍ଟାଣ୍ଡ, ରାମଚନ୍ଦ୍ରନଗର, ଠେଲକୋଲୋଇ, କତରବଗା, ରଙ୍ଗଟିକ୍ରା, ମାନିକମୁଣ୍ଡା ଆଦି ସ୍ଥାନରେ ରଙ୍ଗୀନ ଆଲୋକମାଲା ଖଚିତ ନାନଦି ସାଜସଜ୍ଜାରେ ସୁସଜ୍ଜିତ ମଣ୍ଡପରେ ବିରାଜିତ ମୃଣ୍ମୟୀ ଦେବୀ ଗତ ୧ତାରିଖରୁ ଶାକ୍ତ ପରମ୍ପରା ରୀତିନୀତି ଅନୁସାରେ ପୂଜା ପାଇ ୫ତାରିଖ ବୁଧବାର ଦେବୀଙ୍କ ବିଜୟା ଦଶମୀ, ଅପରାଜିତା ପୂଜା ପରେ ପୂର୍ଣ୍ଣା​‌ହୂତି ପ୍ରଦାନ କରାଯାଇଥିଲା । ଦେବୀଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା ସନ୍ଧ୍ୟାରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାବଣ ପୋଡି ଦୃଶ୍ୟ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ଦୁର୍ଗା ପୂଜା ଅବସରରେ ପ୍ରତିଦିନ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଜି ଏକ ଶୋଭାଯାତ୍ରା ରେ ମେଢ ବିସର୍ଜନ କରାଯାଇଥିବା ଜଣାପଡିଛି।

Comments are closed.