ବିରୋଧି ଦଳଗୁଡିକ ଏକାଠି ହେବାକୁ ସଞ୍ଜୟ ରାଉତଙ୍କ ଆହ୍ବାନ

ମୁମ୍ବଇ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ୟୁପିଏ ସଭାପତି ହେବା ନେଇ ଲାଗିରହିଥିବା କଳ୍ପନାଜଳ୍ପନା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସଞ୍ଜୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କଂଗ୍ରେସ ଦୁର୍ବଳ ସ୍ଥିତିରେ ରହିଛି। ଏଭଳି ପରିସ୍ଥିତିରେ ବିରୋଧି ଦଳଗୁଡିକ ଏକାଠି ହେବା ଉଚିତ୍। ଯଦି ଶରଦ ପାୱାର ୟୁପିଏର ସଭାପତି ହୁଅନ୍ତି ତେବେ ଶିବସେନା ଖୁସିବ୍ୟକ୍ତ କରିବ ବୋଲି ସେ କହିଛନ୍ତି।

ସଞ୍ଜୟ ରାଉତ ଆହୁରି କହିଛନ୍ତି ଯେ, ଶରଦ ପାୱାର ଯଦି ୟୁପିଏର ସଭାପତି ହୁଅନ୍ତି ତେବେ ଆମେ ବହୁତ ଖୁସି ହେବୁ। ୟୁପିଏର ସଭାପତି ହେବା ପାଇଁ ପୱାରଙ୍କ ପାଖରେ ସମସ୍ତ ଗୁଣ ରହିଛି। ରାଜନୀତିରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ଦେଶର ସମସ୍ୟା ବିଷୟରେ ସେ ଜାଣିଛନ୍ତି ଏବଂ ସେ ୟୁପିଏ ସଭାପତି ହେଲେ ଲୋକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବେ। ମାତ୍ର ଆମେ ଶୁଣିବାକୁ ପାଉଛୁ ଯେ, ଶରଦ ପାୱାର ନିଜେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ଏବେ ଦୁର୍ବଳ ଅବସ୍ଥାରେ ରହିିଛି। ଏଭଳି ପରିସ୍ଥିତିରେ ବିରୋଧି ଦଳଗୁଡିକୁ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ।

Comments are closed.