ରଥାରୂଢ ହେଲେ ୩ ଠାକୁର

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିରହିଥିବା ୩ ରଥଙ୍କ ଅନ୍ତଘଟିଛି। ପହଣ୍ଡି ବିଜେ ନୀତି ଶେଷ ହୋଇଛି। ତିନି ରଥରେ ୩ ଠାକୁର ରଥାରୂଢ ହୋଇଛନ୍ତି। କରୋନା କରୋନା କଟକଣା ଭିତରେ କେବଳ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ ।

କଟକଣା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ଏହି ଅବସରରେ ପ୍ରଥମେ ଆରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କୁ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଏହାପରେ ବଡ଼ଠାକୁର ବଳଭଦ୍ରଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ଶେଷ ହୋଇଛି। ୩ରଥରେ ରଥାରୂଢ ହୋଇଛନ୍ତି ୩ ଠାକୁର ।

Comments are closed.