ରଥଯାତ୍ରା: ୩୭ ଚକ ଶେଷ, ଚାଲିଛି ଚାରି ନାହାକା ନିର୍ମାଣ

ଡେସ୍କ: ଆସନ୍ତା ଜୁଲାଇ ପହିଲାରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥ ନିର୍ମାଣ ଲାଗି ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ୟମ ଚାଲିଛି। ରଥର ମୋଟ ୪୨ଟି ଚକ ମଧ୍ୟରୁ ଆଜି ସୁଦ୍ଧା ୩୭ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ପାଞ୍ଚଟି ଚକ ପାଇଁ ତୁମ୍ବରେ ଅର ଓ ପହି ସଂଯୋଗ କରାଯାଇଛି। ଆଜି ସୁଦ୍ଧା ସମସ୍ତ ଚକ ନିର୍ମାଣ ଶେଷ ହେବ ବୋଲି ସୂଚନା ମିଳିଛି। ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରୂପକାର ସେବକମାନେ ଗୁଜରେ ଖୋଦେଇ ଆରମ୍ଭ କରିଛନ୍ତି। ପାରମ୍ପରିକ ରୀତି ମତେ ଶୀତଳଷଷ୍ଠୀ ପୂର୍ବରୁ ୨୧ଟି ଅଖରେ ୪୨ଟି ଚକ ସଂଯୋଗ କରାଯିବ। ଏହି ନିର୍ମାଣ କାର୍ଯ୍ୟରେ ୭୬ ଜଣ ମହାରଣା, ୭୬ ଜଣ ଭୋଇ ସେବକଙ୍କ ସମେତ ୧୯ ରୂପକାର, ୧୬ ଜଣ କମାର ଓ ୪ କରତୀ ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Comments are closed.