ଚଳଚଞ୍ଚଳ ରଥଖଳା ; ତୁମ୍ବ ପାଇଁ ଆରମ୍ଭ ହେଲା କାଠକଟା

ପୁରୀ :  ଚଳଚଞ୍ଚଳ ହୋଇଛି ରଥଖଳା। ତୁମ୍ବ ନିର୍ମାଣ ପାଇଁ ବୁଧବାର କାଠକଟା ଆରମ୍ଭ ହୋଇଛି। ତିନି ରଥ ମୁଖ୍ୟ ମହାରଣାଙ୍କ ତତ୍ତ୍ବାବଧାନରେ ରଥ ନିର୍ମାଣ ଚାଲିଛି। ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସିଥିବା ୫ ଫୁଟ ଗୋଲେଇର ଫାଶୀକାଠଗୁଡ଼ିକୁ କରତିମାନେ କାଟୁଛନ୍ତି। ଏହାପରେ ତିନି ରଥ ପାଇଁ ୪୨ଟି ତୁମ୍ବ ନିର୍ମାଣ କରାଯିବ। ‘ଫନି’ ତାଣ୍ଡବରେ ରଥଖଳା ଛାମୁଣ୍ଡିଆ ଉଡ଼ିଯାଇଥିବାରୁ ପ୍ରଚଣ୍ଡ ଖରାରେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥ ମୁଖ୍ୟ ମହାରଣା ନରସିଂହ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ରଙ୍କ ସମେତ ୨୦ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Comments are closed.