ରତନ ଟାଟାଙ୍କ ଉଦାରତା ; ଅସୁସ୍ଥ କର୍ମଚାରୀଙ୍କୁ ଭେଟି ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଲେ….

ପୁଣେ : ରତନ ଟାଟାଙ୍କ ଉଦାରତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ୮୩ ବର୍ଷୀୟ ରତନ ଟାଟା ଜଣେ ଶିଳ୍ପପତି ହେବା ସହ ମାନବବାଦ ପାଇଁ ଅଧିକ ଜଣାଶୁଣା। ରତନ ଟାଟା ତାଙ୍କ କର୍ମଚାରୀଙ୍କ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟ କରିଛନ୍ତି। ନିକଟରେ ଜଣେ ଅସୁସ୍ଥ ପୂର୍ବତନ କର୍ମଚାରୀଙ୍କୁ ଭେଟିବା ପାଇଁ ସେ ମୁମ୍ବଇରୁ ପୁଣେ ପହଞ୍ଚିଛନ୍ତି।

ନିକଟରେ ରତନ ଟାଟା ମୁମ୍ବାଇରୁ ପୁଣେ ଯାଇ ତାଙ୍କର ଅସୁସ୍ଥ ପୂର୍ବତନ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ଧରି ଅସୁସ୍ଥ ଥିବା ପୂର୍ବତନ କର୍ମଚାରୀଙ୍କୁ ଭେଟିବା ପାଇଁ ରତନ ଟାଟା ମୁମ୍ବଇରୁ ପୁଣେ ଯାତ୍ରା କରିଥିଲେ।


ଏହାପୂର୍ବରୁ ରତନ ଟାଟା ଏଭଳି ଅନେକ ମହତ୍ କାର୍ଯ୍ୟ କରିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୬/୧୧ ଆକ୍ରମଣରେ ପ୍ରଭାବିତ ୮୦ ଜଣ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ସେହି କର୍ମଚାରୀଙ୍କ ପିଲାମାନଙ୍କର ସମ୍ପୂର୍ଣ୍ଣ ଶିକ୍ଷା ଦାୟିତ୍ବ ରତନ ଟାଟା ଗ୍ରହଣ କରିବା ସହ ସେମାନଙ୍କ ଚିକିତ୍ସା ପାଇଁ ମଧ୍ୟ ଅର୍ଥ ପ୍ରଦାନ କରିଥିଲେ।

Comments are closed.