ଆସନ୍ତାକାଲିଠାରୁ ସ୍ବଚ୍ଛତା ସପ୍ତାହ, ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତାକାଲିଠାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳିତ ହେଉଛି ସ୍ବଚ୍ଛତା ସପ୍ତାହ । ଏହି ଅବସରରେ ସ୍ବଚ୍ଛଭାରତ ମିଶନର ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ । ଗାନ୍ଧିଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହ ଅବସରରେ ୨୦୧୭ ଏପ୍ରିଲ ୧୦ ତାରିଖରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର (ଆରଏସକେ) ସ୍ଥାପନ କରିବାକୁ ଘୋଷଣା କରିଥିଲେ ।

ସ୍ୱଚ୍ଛ ଭାରତ ମିଶନର ସଫଳ ଯାତ୍ରା ସମ୍ପର୍କରେ ଭବିଷ୍ୟତ ପିଢିଙ୍କୁ ଅବଗତ କରାଇବା ଏହି ସ୍ବଚ୍ଛତା କେନ୍ଦ୍ର ସ୍ଥାପନର ଲକ୍ଷ୍ୟ।  ଏଠାରେ ଡିଜିଟାଲ ଓ ଆଉଟଡୋର ଇନଷ୍ଟାଲେସନ ଉଭୟରୁ ସ୍ୱଚ୍ଛତା ଓ ଅନ୍ୟାନ୍ୟ ଦୃଷ୍ଟିକୋଣ ସମ୍ପର୍କିତ ସୂଚନା, ସଚେତନତା ଓ ତଥ୍ୟ ମିଳିପାରିବ । ବିଭିନ୍ନ ପ୍ରକ୍ରିୟା ଓ ଗତିବିଧିର ଜଟିଳ ପାରସ୍ପରିକ ପ୍ରଭାବକୁ ସମ୍ବାଦାତ୍ମକ ରୂପରେ ବୁଝାଇ ଦିଆଯିବ ଏବଂ ସର୍ବୋତମ ପ୍ରଥା, ବୈଶ୍ବିକ ମାନଦଣ୍ଡ, ସଫଳତା କାହାଣୀ ଓ ବିଷୟଗତ ବାର୍ତ୍ତା ମଧ୍ୟ ପ୍ରସ୍ତୁତ କରାଯିବ ।

ସ୍ବଚ୍ଛତା କେନ୍ଦ୍ର ଉଦ୍ଘାଟନ ଓ   ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ କେନ୍ଦ୍ରର ଆମ୍ପିଥିଏଟରରେ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା 36 ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ସାମାଜିକ ଦୂରତ୍ୱ ପ୍ରୋଟୋକଲ ପାଳନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଶୌଚାଳୟ ସ୍ଥାପନ ପରେ ଦ୍ବିତୀୟ ପର୍ଯ୍ୟାୟରେ ଭାରତର ଗାଁଗୁଡ଼ିକୁ ଖୋଲା ଶୌଚରୁ ମୁକ୍ତ କରିବା ଏବଂ କଠିନ ଓ ତରଳ ବର୍ଜ୍ୟ ପରିଚାଳନାକୁ ସୁନିଶ୍ଚିତ କରିବା ପରବର୍ତୀ ମିଶନ ଭାବରେ ଗ୍ରହଣ କରାଯାଇଛି ।

Comments are closed.