ଆଠଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଆଠଗଡ଼ : ଆଠଗଡ଼ ଅଦାଲତ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ ଅରବିନ୍ଦ ପଟ୍ଟନାୟକ ରାଷ୍ଟ୍ରୀୟ ଲୋକ ଅଦାଲତକୁ ଉଦ୍‍ଘାଟନ କରିବା ସହ ଅଦାଲତ ପରିଚାଳନା କରିଥିଲେ। ଏଥିସହିତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ, ଏସଡିଜେଏମ ନବନିତା ଦାଶ, ଜେଏମଏଫସି ସୌମ୍ୟ ଶଙ୍କର ମହାନ୍ତ, ତହସିଲଦାର ତପନ କୁମାର ଖୁଣ୍ଟିଆ ପ୍ରମୁଖ ନିଜ ନିଜ ଅଦାଲତ ପରିଚାଳନା କରିଥିଲେ। ସପ୍ତାହନ୍ତ ସଟଡାଉନ ସତ୍ତ୍ବେ ବହୁ ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଏସଲା କରାଯାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ ୧୯ଟି ମୋଟର ଯାନ ଦୁର୍ଘଟଣା ମାମଲାର ସମାଧାନ କରି ୪୯.୧୩ଲକ୍ଷ ଟଙ୍କା ବୀମାରାଶି ଉତ୍ତରାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ। ବରିଷ୍ଟ ଦେୱାନୀ ବିଚାରପତି ୪ଟି ବ୍ୟାଙ୍କଋଣ ଖିଲାପକାରୀଙ୍କ ଠାରୁ ୧.୮୭ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏସଡିଜେଏମ ୨ଟି ମାମଲାର ଫଏସଲା କରିଥିଲେ। ତହସିଲ ପକ୍ଷରୁ ୩୭୭ଟି ମାମଲା ସମାଧାନ କରାଯାଇଥିଲା। ଷ୍ଟେଟ୍‍ବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଚନ୍ଦ୍ର ଶେଖର ଦାସଙ୍କ ସମେତ ଧୁରୁକୁଡିଆସ୍ଥିତ ଆଇଓବି ଓ ଆଠଗଡ଼ ଗ୍ରାମ୍ୟବ୍ୟାଙ୍କ ଶାଖାର ପରିଚାଳକ ଓ କର୍ମଚାରୀ ଏହି ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ। ଆଇନସେବା ସମିତିର ସହାୟିକା ରାଜଶ୍ରୀ ମହଲା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Comments are closed.