ପିପିଲିରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୯୬ଟି ମାମଲାର ଫଏସଲା – ୩୧ଲକ୍ଷ ୨୪ହଜାର ୭୮ଟଙ୍କା ଆଦାୟ

ପିପିଲି: ପିପିଲି କୋର୍ଟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ବ୍ୟାଙ୍କର ୩୩ଟି ଋଣଖିଲାପି ମାମଲାର ଫଏସଲା କରାଯାଇ ସେବାବଦରେ ମୋଟ୍‍ ୩୧ଲକ୍ଷ ୨୪ହଜାର ୭୮ଟଙ୍କା ଆଦାୟ କରାଯାଇଛି। ପିପିଲି ବରିଷ୍ଠ ଦେୱାନୀ ଅଦାଲତର ବିଚାରପତି ନିବେଦିତା ପଣ୍ଡା ଓ ଜେଏମ୍‍ଏଫ୍‍ସି ତଥା କନିଷ୍ଠ ଦେୱାନୀ ଅଦାଲତର ବିଚାରପତି ଚିନ୍ମୟ କୁମାର ପାଢୀ ଏହି ଲୋକ ଅଦାଲତରେ ବିଭିନ୍ନ ମାମଲାର ଫଏସଲା କରିଥିଲେ । ଏଥିରେ ମୋଟ୍‍ ୩୩ଟି ବିଭିନ୍ନ ବ୍ୟାଙ୍କର ଋଣଖିଲାପି ମାମଲାର ଫଏସଲା କରାଯାଇଥିବା ବେଳେ ସେବାବଦରେ ୩୧ଲକ୍ଷ ୨୪ହଜାର ୭୮ଟଙ୍କା ଆଦାୟ କରାଯାଇଥିଲା ।

 

ସେହିପରି ୪୦ଟି ଫୌଜଦାରୀ ମାମଲା, ଗୋଟିଏ ବ୍ୟାଙ୍କ ଚେକ୍‍ ବାଉନ୍ସ ଅଭିଯୋଗ ମାମଲା, ୨୧ଟି ଦେୱାନୀ ମାମଲା ଓ ଗୋଟିଏ ପାରିବାରିକ ହିଂସା ଆଇନ ମାମଲାର ଫଏସଲା କରାଯାଇଥିଲା । ଏହି ଲୋକ ଅଦାଲତରେ ପିପିଲି କୋର୍ଟର ସରକାରୀ ଓକିଲ ସୁଧିର କୁମାର ମହାନ୍ତି, ପ୍ରସନ୍ନ କୁମାର ଚମ୍ପତ୍ତି, ବରିଷ୍ଠ ଆଇନଜୀବୀ ରମାକାନ୍ତ ସାହୁ, ରଶାନ୍ତ କିଶୋର ପରିଡା, ହାଡୁବନ୍ଧୁ ଜେନା, ଶିବପ୍ରସାଦ ସାହୁ, ବିଭୂପ୍ରସାଦ ବୈରିଗଞ୍ଜନ, ବସନ୍ତ ପରିଡା, ରମେଶ ଦାଶ, ଅକ୍ଷୟ କୁମାର ଦିକ୍ଷିତ, ବିରେନ୍ଦ୍ର ଭୂଜବଳ, ସଞ୍ଜୟ କୁମାର ଯାଦବ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.