ଗୁରୁବାର ରାଶିଫଳ(୩୧/୧୨/୨୦୨୦)

ମେଷ: ଲୋଭଗ୍ରସ୍ତ ହୋଇପାରନ୍ତି। କର୍ମରେ ଅଗ୍ରଗତି ହେବ। ସର୍ବ ସୁଖ ଲାଭ କରିପାରନ୍ତି। ସକଳ ଗୁଣର ଆଧାର ହେବେ। ସୁଖଭୋଗ କରିବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ନିନ୍ଦା, ଅପମାନ ପ୍ରତି ସତର୍କ ହେବେ।
ବୃଷ: ଉଚ୍ଚ ଆଶା ଫଳବତୀ ହେବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହେବେ। ଅତିସୁଖୀ ଓ କୀର୍ତ୍ତିମାନ୍‌ ହେବେ।
ମିଥୁନ: ଲାଗି ରହିଥିବା ବିବାଦରେ ଉଭୟ ପକ୍ଷ ରାଜିନାମାରେ ତୃତୀୟ ପକ୍ଷର ଆବଶ୍ୟକ ପଡ଼ିବ ନାହିଁ। ଧନବାନ୍‌ ହୋଇପାରନ୍ତି। ଗୁଣଜ୍ଞ ହେବେ। ଭଲ ଉପାର୍ଜନ କରି ସୁଖୀ ହେବେ। ସୁସ୍ଥ ରହିବେ। ଯାନବାହନ ଓ ଗୃହ ସୁଖ ମିଳିବ।
କର୍କଟ: ଯଶସ୍ବୀ ହେବେ। ସମ୍ମାନିତ ହୋଇପାରନ୍ତି। ସୁଖଭୋଗ କରିବେ। ଆତ୍ମସନ୍ତୋଷ ଲାଭକରିବେ। ମଉଜ ମଜଲିସ୍‌ କରି ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି। ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ଯଶସ୍ବୀ ହେବେ। ବିଳାସ ବ୍ୟସନ କରିପାରନ୍ତି।
ସିଂହ: ଦୈନନ୍ଦିନ କାର୍ଯ୍ୟରେ ସମୟାନୁବର୍ତ୍ତିତା ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।
କନ୍ୟା: ଉପୁଜିଥିବା ବିବାଦର ଆପୋସ ସମାଧାନ ହୋଇପାରେ। ଆଶ୍ବସନା ମିଳିବ। ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ। ସରକାରୀ ଅର୍ଥ ମିଳିପାରେ। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣଯୁକ୍ତ ହେବେ।
ତୁଳା: ଗୁରୁଙ୍କର ତାଡ଼ନା ଆପଣଙ୍କ ପାଇଁ କଲ୍ୟାଣକାରୀ ହେବ। କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବେ। ବ୍ୟବସାୟ ଲାଭଜନକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଅର୍ଥ ମିଳିବ।
ବିଛା: ସେବା ପୂଜାରେ ମନୋନିବେଶ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି; ତଥାପି କର୍ମଚଞ୍ଚଳ ରହିବେ। ଅନ୍ତରରେ ଦୁଃଖ ଥାଇବି ମୁହଁରେ ହସ ପୁଟିବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଶୁଭକାର୍ଯ୍ୟ ବର୍ଜନୀୟ।
ଧନୁ: ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ। ସୁକନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ବନ୍ଧୁ ସହାୟତା ମିଳିବ। ଇଚ୍ଛାଧୀନ କାର୍ଯ୍ୟ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ମକର: ବନ୍ଧୁ ମିଳନ ଘଟିପାରେ। ମନୋବଳ ଦୃଢ଼ ରହିବ। ଯାତ୍ରା ଶୁଭଦାୟକ ହେବ। ଶତ୍ରୁଙ୍କ ସହିତ ମୁକାବିଲା କରିପାରନ୍ତି। ଧର୍ମମାର୍ଗରେ ମନୋନିବେଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି।
କୁମ୍ଭ: ନିଜ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବେ। ଲୋକ ସଂପର୍କ ବୃଦ୍ଧି ହେବ। ଯାନବାହନ ଜନିତ ସୁଖ ଭୋଗ କରିବେ। ଗୃହ ପରିବେଶ ସ୍ବଚ୍ଛ ରହିବ। ସୁଶାସକ ହେବେ।
ମୀନ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ। ବିଦ୍ୟାବାନ୍‌ ଶୁଭ ସମାଚାର ପାଇଁ ଖୁସି ହୋଇପାରନ୍ତି। ସମାରୋହରେ ଯୋଗ ଦେଇ ପ୍ରଶଂସିତ ହେବେ।

Comments are closed.