ଗୁରୁବାର ରାଶିଫଳ(୧୯-୧୧-୨୦୨୦)

ମେଷ: କର୍ତ୍ତବ୍ୟ ପାଳନରେ ବ୍ରତୀ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଯୋଜନା ଫଳବତୀ ହୋଇପାରେ। ଅଭୀଷ୍ଟ ସିଦ୍ଧି ହେବ। ଉନ୍ନତିର ମାର୍ଗକୁ ଉନ୍ମୁକ୍ତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ।
ବୃଷ: ଶ୍ରେଷ୍ଠତା ବଜାୟ ରଖିପାରନ୍ତି। କର୍ମକ୍ଷେତ୍ର ଶାନ୍ତିଦାୟକ ହେବ। ଉତ୍ସାହଜନକ ହୋଇପାରେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ଗୁଣଜ୍ଞ ହୋଇପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ସୁଖ ମିଳିବ।
ମିଥୁନ: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଧୀରେ ସୁସ୍ଥେ ପୂରଣ କରିପାରନ୍ତି। ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ।
କର୍କଟ: ବନ୍ଧୁ ମିଳନ ଘଟି ପାରେ। ମନରେ ସେବା ଭାବନା ଜାଗ୍ରତ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ଜୀବନ ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ।
ସିଂହ: ନିସର୍ଗ ସୁଖ ଭୋଗ କରିପାରନ୍ତି। ଶାସ୍ତ୍ରଜ୍ଞ ହେବେ। ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ସନ୍ତାନ ସୁଖ ମିଳିବ। ଧର୍ମାନୁଷ୍ଠାନକୁ ସାହାଯ୍ୟ କରି, ଆତ୍ମସନ୍ତୋଷ ଲାଭ କରିପାରନ୍ତି। ବ୍ରାହ୍ମଣଙ୍କ ସହିତ ବିବାହ କଲେ ବିପଦରେ ପଡ଼ିବେ।
କନ୍ୟା: କର୍ମଚଞ୍ଚଳ ରହିବେ। କେତେକ କ୍ଷେତ୍ରରେ ଘଟିଯାଇଥିବା ଅଘଟଣକୁ ସୁଧାରି ନେଇ ପାରନ୍ତି। କୃଷି କ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି। ସମ୍ମାନିତ ହେବେ। ଧନଯୁକ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ମୁକ୍ତ ରହିବ।
ତୁଳା: ବହୁ ଶୁଭଫଳ ଆଶାକରାଯାଏ। ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। କୀର୍ତ୍ତିମାନ୍‍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ନୂଆବନ୍ଧୁ ଜୁଟିପାରନ୍ତି।
ବିଛା: ନିଜ ଶକ୍ତି ଅନୁସାରେ କାର୍ଯ୍ୟ କରିବେ। ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। ଧର୍ମ କାର୍ଯ୍ୟ କରି ଖର୍ଚ୍ଚାନ୍ତ ହେବେ। ଧନାଗମ ହେବ। ହର୍ଷଯୁକ୍ତ ହେବେ। ଭାଷାବିତ୍‍ ହୋଇପାରନ୍ତି। ମହିଳା ଗୋଷ୍ଠୀର ସହାୟକ ହେବେ।
ଧନୁ: ଉଦ୍‍ଯୋଗୀ ହୋଇପାରନ୍ତି। ଆଶାବାଦୀ ହେବେ। ଅର୍ଥ ସଞ୍ଚୟ କରିପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ମନ ପ୍ରଫୁଲ୍ଲ ରହିବ। ନୂଆ ବନ୍ଧୁ ଜୁଟି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ଆଶାନୁରୂପ ହୋଇପାରେ।
ମକର: ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିବେ। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। କର୍ମଚଞ୍ଚଳ ରହିବେ। ପରର ଉପକାର କଲେ ନିଜେ ଉପକୃତ ହୋଇପାରନ୍ତି।
କୁମ୍ଭ: ଲୋକପ୍ରିୟତା ଅର୍ଜନ କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‍ ହେବେ। କରିତ୍‍କର୍ମା ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।
ମୀନ: ବ୍ୟବସାୟ ଲାଭଜନକ ହେବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ସରକାରୀ କୃପାପାତ୍ର ହେବେ। କୀର୍ତ୍ତି, ମର୍ତ୍ତି, ସୁଖ ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସରକାରୀ କୃପା ଲାଭ କରିବେ। ସୁଖୀ ହେବେ।

Comments are closed.