ରବିବାର ରାଶିଫଳ(୩୦ ଅଗଷ୍ଟ ୨୦୨୦)

ମେଷ: ମନ ପ୍ରସନ୍ନ ରହିବ। କୁଳପ୍ରଦୀପ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟୀ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ। ରାଜକୃପା ମିଳିବ।
ବୃଷ: ମାର୍ଗ ଆଲୋକିତ ହୋଇରହିଛି। ଅଗ୍ରଗାମୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସରେ ସମୟ କଟାଇପାରନ୍ତି। ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।
ମିଥୁନ: ​‌େ​‌ଯାଗା-ଯୋଗରେ ସଫଳତା ମିଳିବ। ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ କିଛିଟା ଲାଭ ମିଳିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।
କର୍କଟ: ଘରଲୋକଙ୍କୁ ପଛରେ ପକାଇ ପରଲୋକଙ୍କୁ ଈଶ୍ବର ମନେ କରିପାରନ୍ତି। ସମାଜ ସେବା ପ୍ରତି ମନବଳିବ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ସିଂହ: ଶତ୍ରୁର ଉପସ୍ଥିତି ଆପଣଙ୍କୁ କ୍ରୋଧିତ କରିପାରେ। ଭାଇମାନଙ୍କ ସହଯୋଗ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ।
କନ୍ୟା: କର୍ମ ଚଞ୍ଚଳ ରହିବେ। କନ୍ୟାସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗକରୁ ଆସିବ। ବ୍ୟବସାୟ ଲାଭଜନକ ହେବ। ଧାର୍ମିକ ତେଜସ୍ବୀ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
ତୁଳା: ସ୍ବୟଂସିଦ୍ଧ ହେବେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ପୁଣ୍ୟରେ ଦୀକ୍ଷିତ ହେବେ। ବ୍ୟକ୍ତିତ୍ବର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ ହେବେ।
ବିଛା: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବନ୍ଧୁପ୍ରେମୀ ହେବେ।
ଧନୁ: ଆଶା, ଫଳବତୀ ହେବ। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଭାଗ୍ୟଶାଳୀ ହେବେ। ମଧୁର ଭାଷା, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରସୁଖ ମିଳିବ। ଧନାଗମର ସୂଚନା ମିଳୁଛି। ବିଦ୍ୟାବାନ୍‌ ହେବେ।
ମକର: ଶ୍ରୀଚନ୍ଦ୍ର ଭୋଗହେତୁ ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଆୟ ପରିମାଣ ବୃଦ୍ଧିପାଇବ। ଐଶ୍ବର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେ​‌େ​‌ବ। ଧନ-ସମ୍ପଦ ଭରପୁର ରହିବ। ସୁସ୍ଥ ଓ ନିରାମୟ ରହିବେ।
କୁମ୍ଭ: ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସଫଳତା ନିଶ୍ଚିତ ମିଳିବ। କର୍ମଚଞ୍ଚଳ ରହିବେ। ମଧୁରଭାଷାରେ ଅଧସ୍ତନମାନଙ୍କ ପ୍ରିୟପାତ୍ର ହେବେ। ସାହସୀ ଓ ଜ୍ଞାନୀ ହେବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ମୀନ: ଅତୀତ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଧନାଲାଭ ହେବ।

Comments are closed.