ବୁଧବାର ରାଶିଫଳ (୧୦/୧୧/୨୦୨୧)

ମେଷ:ବିଦ୍ୟା ଅର୍ଜନରେ ବିନୟ ଭାବ ରହିବ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ନିରୀହ ସ୍ବଭାବର ହେବେ। ସତ୍‌ମାର୍ଗରୁ ଧନ ଅର୍ଜନ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।

ବୃଷ:ଶାନ୍ତ ସ୍ବଭାବ ସମ୍ପନ୍ନ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଜ୍ଞାନବନ୍ତ ହୋଇପାରନ୍ତି। ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍‌ ବ୍ୟବହାର କରି ଲୋକପ୍ରିୟ ହେବେ।

ମିଥୁନ: ବହୁ ଧନର ଅଧିକାରୀ ହେବେ। ପୁତ୍ର ସୁଖ ମିଳିପାରେ। ସୁସ୍ଥ ରହିବେ। ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ। ପଶୁଧନାଦି ଯୁକ୍ତହେବେ। ନୀରୋଗ ରହିବେ। ଉତ୍ତମ ବଂଶରୁ କନ୍ୟାଲାଭ ହୋଇପାରେ।

କର୍କଟ: ଦେବରାଜ ଇନ୍ଦ୍ରଙ୍କ ଭଳି ପୂଜା ପାଇବେ। ଉପଯୁକ୍ତ ମନ୍ତ୍ରଣାଦାତା ହୋଇପାରନ୍ତି। ଜିତେନ୍ଦ୍ରିୟ ହେବେ। ତୀର୍ଥ ଭ୍ରମଣ କରିପାରନ୍ତି। ଦିନ ଭିତରେ ଯାହା ଘଟିବ, ତାହା ସୁଖ ବୋଧ ହେବ।

ସିଂହ: ଉଚ୍ଚାସନ ଆରୋହଣ କରିପାରନ୍ତି। ସତ୍‌ପଥଗାମୀ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ବିଦ୍ୟା ରୂପକ ମହାଧନ ଅର୍ଜନ କରିବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଋଣ ପରିଶୋଧ କରିପାରନ୍ତି।

କନ୍ୟା: ଦୃଢ଼ ମାନସିକତା ନେଇ କାର୍ଯ୍ୟ କରି ସୁଖ୍ୟାତି ସମ୍ପନ୍ନ ହେବେ। କାବ୍ୟ-କବିତା ରଚନାରେ ପାରଙ୍ଗମ ହେବେ। ଶତ୍ରୁ ବିନାଶ କରିପାରନ୍ତି। ବନ୍ଧୁଙ୍କ ସହ ସୁଖ ଭୋଗ କରିବେ। ଅଧ୍ୟୟନରେ ଆଗ୍ରହୀ ହେବେ।

ତୁଳା: ଧୈର୍ଯ୍ୟବାନ୍‌ ହେବେ। ବନ୍ଧୁଙ୍କ ସହିତ ମିଳିତ ହୋଇ ଭୋଗ ବିଳାସ କରିପାରନ୍ତି। ଚରିତ୍ରବାନ୍‌ ହେବେ। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। କୃଷି ପ୍ରତି ଯତ୍ନବାନ୍‌ ହେବେ।

ବିଛା:ଶତ୍ରୁମାନଙ୍କୁ ପରାସ୍ତ କରିବେ। ବୃତ୍ତିରେ ଅଧିକ ପରିଶ୍ରମର ସମ୍ମୁଖୀନ ହେବେ। ମାନ୍ୟତା ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।

ଧନୁ:ମନୋଜ୍ଞ ହେବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ରହିବ। କର୍ମଚଞ୍ଚଳ ରହିବେ। ସୁସ୍ଥ ଓ ନିରାମୟ ରହିବେ।

ମକର :ସୁସ୍ଥ ଓ ନିରାମୟ ରହିବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ବିଶେଷ ଜ୍ଞାନର ଅଧିକାରୀ ହୋଇପାରନ୍ତି; ମାତ୍ର ଜନତା ବିରୋଧୀ ହୋଇପାରନ୍ତି। ସୁମି​‌ଷ୍ଟ ଭୋଜନ ମିଳିବ। ଜୀବନ ସୁଖପ୍ରଦ ହେବ।

କୁମ୍ଭ: ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି। ପରୋପକାର ପାଇଁ କର୍ମକ୍ଷେତ୍ରରେ ଅଧିକ ବ୍ୟୟବରାଦ କରିବେ। କ୍ରୋଧୀ, ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ନୀତିନିଷ୍ଠ ହେବେ।

ମୀନ: ରଣ କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଶାସ୍ତ୍ର ବିଶାରଦ ହେବେ। କର୍ମଚଞ୍ଚଳ ରହିବେ। ସ୍ବାସ୍ଥ୍ୟ ଅତୁଟ ରହିବ। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

Comments are closed.