ଶନିବାର ରାଶିଫଳ

ମେଷ: ହାନି ସହିବାକୁ ବାଧ୍ୟ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ। ରୋଜଗାର ଉଣା ହେବ ନାହିଁ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ସୁଖ ମିଳିବ।

ବୃଷ: ବ୍ୟବସାୟରେ ସ୍ଥିତାବସ୍ଥା ବଜାୟ ରହିବ। ପ୍ରତାରିତ ହୋଇପାରନ୍ତି। ବସ୍ତ୍ରଭୂଷଣ ଲାଭ ହୋଇପାରେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ପାଇ ଖୁସି ହେବେ। କାର୍ଯ୍ୟରେ ଅଗ୍ରଗତି ଘଟିବା ଆଶାକରାଯାଏ।

ମିଥୁନ: ବ୍ୟବସାୟ ଲାଭଜନକ ହେବ। ପ୍ରତାରଣାର ଶିକାର ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ସ୍ବାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସରକାରୀ କୃପା ଲାଭ କରିପାରନ୍ତି। ଅର୍ଥ ମିଳିବ।

କର୍କଟ: କାର୍ଯ୍ୟରୁ ଆଗ୍ରହ ହରାଇ ପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ନୈତିକତା ବୃଦ୍ଧି ପାଇବ। ଭାଗ୍ୟର ପରିବର୍ତ୍ତନ ଘଟିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖରେ ଦିନଟି ଅତିବାହିତ ହେବ।

ସିଂହ: ରୋଜଗାର ମଧ୍ୟମ ଧରଣର ହେବ। ସେବା-ପୂଜାରେ ମନୋନିବେଶ କରିପାରନ୍ତି। ଚିନ୍ତାରୁ ମୁକ୍ତି ମିଳିବ। କର୍ମ କୁଶଳତା ପ୍ରକାଶ ପାଇବ। ପାରିବାରିକ ସମସ୍ୟାର ସମାଧାନ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ହେବେ।

କନ୍ୟା: କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଧନକ୍ଷୟ ହୋଇପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ମାନସିକ ସ୍ତରରେ ଅର୍ଥ ଚିନ୍ତା ଲାଗି ରହିବ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ।

ତୁଳା: ଉନ୍ନତି ପଥରେ ଆଗକୁ ବଢ଼ି ପାରନ୍ତି। ବନ୍ଧୁ ମିଳନ ଦ୍ୱାରା ଉପକୃତ ହେବେ। ମନରେ ସେବା ଭାବନା ଜାଗ୍ରତ ହୋଇପାରେ। ସୁ ପରାମର୍ଶ ପାଇ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ।

ବିଛା: ପୂର୍ବ ଶତ୍ରୁତାର ପ୍ରତିଶୋଧ ନେଇ ପାରନ୍ତି। ବନ୍ଧୁ ମିଳନ ଆପଣଙ୍କ ପାଇଁ ଉପାଦେୟ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରୁଚି ଉନ୍ନତ ଧରଣର ହେବ। ଅଭୀଷ୍ଟ ସିଦ୍ଧି ହୋଇପାରେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ଶତ୍ରୁ ଦମନରେ ସକ୍ଷମ ହେବେ।

ଧନୁ: ଭୁଲ ସିଦ୍ଧାନ୍ତ ନେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ସେବା କ୍ଷେତ୍ରରେ ଅନୁରକ୍ତି ବୃଦ୍ଧି ହୋଇପାରେ। ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ଧନବର୍ଜନ କରିପାରନ୍ତି।

ମକର: ଆବଶ୍ୟକ କରୁଥିବା ସହଯୋଗ ମିଳିପାରେ। ଚିନ୍ତାଗ୍ରସ୍ତ ହୋଇ ପାରନ୍ତି। ପାରିବାରିକ କ୍ଷେତ୍ରରେ ସୁଖ-ସମୃଦ୍ଧି ଆସିପାରେ। ବନ୍ଦ ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ଅସାମାଜିକଙ୍କ କବଳରୁ ମୁକ୍ତ ହୋଇ ସତ୍‍ସଙ୍ଗୀ ହେବା ଆଶାକରାଯାଏ।

କୁମ୍ଭ: ଭୁଲ ସିଦ୍ଧାନ୍ତରେ ଉପନୀତ ହେଲେ ଖର୍ଚ୍ଚାନ୍ତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁ-ଖ୍ୟାତି ଅର୍ଜନ କରି ସର୍ବଜନ ଆଦୃତ ହେବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ।

ମୀନ: ଉପୁଜି ଥିବା ସଙ୍କଟର ମୁକାବିଲା କରିବେ। ଦୃଢ଼ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। କେତେକ କ୍ଷେତ୍ରରେ ମାନ-ମନାନ୍ତର ଘଟିପାରେ। କାର୍ଯ୍ୟ ବିଳମ୍ବିତ ହେବ। ଯାନ-ବାହନ ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ।

Comments are closed.