ସୋମବାର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବୃଷ: ସଫଳତାର ନିକଟବର୍ତ୍ତୀ ହୋଇପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ବ୍ୟବସାୟ ଲାଭଜନକ ହେବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ।

ମିଥୁନ: ଦୂରଯାତ୍ରା କରିପାରନ୍ତି। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

କର୍କଟ: କାର୍ଯ୍ୟରେ ଢେର ଉନ୍ନତି ଘଟିବ। କେତେକ ଘଟଣାରେ ଭାଗ ନ ନେଇ ନିରବ ଦ୍ରଷ୍ଟା ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତିି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଅତ୍ୟନ୍ତ ଲାଭ ଦାୟକ ହେବ। ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ।

ସିଂହ: ଋଣଗ୍ରସ୍ତ ହୋଇପାରନ୍ତି। କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହେବେ। ଶୋଭନ ବ୍ୟକ୍ତିତ୍ୱ ଓ ବୁଦ୍ଧିମାନ୍‍ ହେବେ।

କନ୍ୟା: ଭ୍ରାତୃ ବିବାଦର ଅନ୍ତଃ ଘଟିବ। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁର ଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ।

ତୁଳା: ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ। କାର୍ଯ୍ୟ ହାସଲ କରିବାକୁ ହେଲେ ତରବର ନ ହୋଇ ଅପେକ୍ଷା କରିବାକୁ ପଡ଼ିବ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି।

ବିଛା: କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ଶକ୍ତିମାନ୍‍ ହୋଇପାରପକ୍ତ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଋଣକ୍ଷେତ୍ରରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟୀ ହେବା ସହ ଧନଲାଭ ହେବ। ସୁସ୍ୱାଦୁ ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ।

ଧନୁ: ମନ ଉଦ୍‍ବିଘ୍ନ ରହିବ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫଜନିତ କଷ୍ଟ ଅନୁଭବ କରିପାରନ୍ତି। ମଧୁର କଥା କହି ଜନମନ ବଶ କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ସାହସୀ ଓ ଜ୍ଞାନୀ, ଗରିମାଯୁକ୍ତ ହେବେ। ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ।

ମକର: ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ପାଇ କୃତଜ୍ଞ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ।

କୁମ୍ଭ: ବନ୍ଧୁବର୍ଗରୁ କାର୍ଯ୍ୟରେ ଓ କଥାରେ ସହାୟତା ମିଳିବ। କର୍ମଚଞ୍ଚଳ ରହିବେ। କୁଳଦୀପକ ହେବେ। ମନରେ ପ୍ରସନ୍ନତା ଭାବ ଦେଖା ଦେବ। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ଓ ସୁଖୀ ହେବେ।

ମୀନ: ଦୂରଯାତ୍ରାରେ ଲାଭବାନ୍‍ ହେବେ। ଆଳସ୍ୟ ପରାୟଣ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହେବେ।

Comments are closed.