ରବିବାର ରାଶିଫଳ

ମେଷ: ନୃତ୍ୟ-ସଙ୍ଗୀତ ପ୍ରିୟ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ସାଧୁସଙ୍ଗ ପାଇ ଉତ୍‌ଫୁଲ୍ଲିତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।

ବୃଷ: ଶୁଭ ବାର୍ତ୍ତା ପାଇ ଅତ୍ୟନ୍ତ ଖୁସି ହେବେ। ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। କର୍ମକ୍ଷେତ୍ର ନିଜର ପାରଦର୍ଶୀତା ପ୍ରତିପାଦନ କରିପାରନ୍ତି। ବ୍ୟବସାୟ ଲାଭଜନକ ହୋଇପାରେ। ଧନଲାଭ ହେବ। ଭୋଗ ବିଳାସ କରିବେ। ବିନୀତ ହେବେ।

ମିଥୁନ: ଦୂରଯାତ୍ରା ଯୋଗ ଅଛି। ଆଳସ୍ୟ ପରିତ୍ୟାଗ କଲେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ସରକାରୀ ଅର୍ଥ ପ୍ରାପ୍ତ ହେବେ।

କର୍କଟ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ତୃପ୍ତିକର ଭୋଜନରେ ଆପ୍ୟାୟିତ ହେବେ। ରୋଜଗାରକ୍ଷମ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

ସିଂହ: ଅନିଶ୍ଚିତତା ଅନୁଭବ କରିପାରନ୍ତି। ମନରେ ଉଦ୍‌ବେଗ ଜାତ ହେବ। କାର୍ଯ୍ୟରେ ବାଧାବିଘ୍ନ ଉପୁଜି ପାରେ। ବ୍ୟୟ ପରିମାଣ ବୃଦ୍ଧି ପାଇବ। ଧର୍ମାସକ୍ତ ଓ ମତିମାନ ହୋଇପାରନ୍ତି। ପୁତ୍ର-ମିତ୍ର ହେତୁକ ସୁଖ ଭୋଗ କରିବେ। ବହୁ ଧନ ମିଳିବ।

କନ୍ୟା: ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଭ୍ରମଣ ସୁଖ ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ମାନ୍ୟତା ସହିତ ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ।

ତୁଳା: ସୁଖ, ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପ୍ରୀତି ଲାଭ କରିପାରନ୍ତି। ସେବା ମନୋଭାବ ରହିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସରକାରୀ ଅର୍ଥ ମିଳିପାରେ। ସମ୍ମାନିତ ହେବେ। କୀର୍ତ୍ତିମାନ ହୋଇପାରନ୍ତି।

ବିଛା: ମା’ଙ୍କ ସ୍ବାସ୍ଥ୍ୟ ନେଇ ବ୍ୟସ୍ତ ରହିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ସ୍ନେହ, ପ୍ରୀତିରେ ଛନ୍ଦି ହୋଇ ପଡ଼ିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। କର୍ତ୍ତୃପକ୍ଷଙ୍କ ବିଶ୍ବାସ ଭାଜନ ହେବେ। ଅର୍ଥ ମିଳିବ। କାର୍ଯ୍ୟରେ ସଫଳତା ମିଳିବ।

ଧନୁ: ଚୋରି ଦ୍ରବ୍ୟର ସନ୍ଧାନ ପାଇବେ। ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଦିନଟି ସମସ୍ୟା ବହୁଳ ହୋଇପାରେ। ସ୍ବାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।

ମକର: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଉଚ୍ଚ ଆଶା ଫଳବତୀ ହେବ। ବନ୍ଧୁ ସହାୟତା ପାଇ ଖୁସି ହେବେ। ଶାନ୍ତି ଓ ସନ୍ତୋଷ ମିଳିବ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଲାଭ ହୋଇପାରେ।

କୁମ୍ଭ: ଯାତ୍ରାଦିରେ ଖର୍ଚ୍ଚ ବୃଦ୍ଧି ହୋଇପାରେ। ନିଜର ଅସାଧାରଣ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସି ପାରେ। ସୁସମ୍ବାଦ ପାଇ ଖୁସି ହେବେ। ପ୍ରିୟଭାଷୀ ହୋଇପାରନ୍ତି। ଧନ ଓ ଯାନବାହନଯୁକ୍ତ ହେବେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇବେ।

ମୀନ: କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ନିରବଦ୍ରଷ୍ଟା ହୋଇପାରନ୍ତି। କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଶାନ୍ତ ସ୍ବଭାବ, ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ ହେବେ।

Comments are closed.