ବୁଧବାର ରାଶିଫଳ

ମେଷ: କାର୍ଯ୍ୟନିଷ୍ଠା ବୃଦ୍ଧି ହୋଇପାରେ। ମନ ପ୍ରସନ୍ନ ରହିବ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। କରିତ୍‌କର୍ମା ହେବେ। ଗୁଣର ପ୍ରସାର ଘଟାଇ ପାରନ୍ତି।

ବୃଷ: ମିତ୍ର ସଙ୍ଗ ଲାଭ କରିବେ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଉତ୍ତମ ଗୃହରେ ଅବସ୍ଥାନ କରିପାରନ୍ତି। ସରକାରୀ ଧନ ମିଳିପାରେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ସବୁକିଛି ମିଳିବ। ଉତ୍ତମଗୁଣର ଆଧିକାରୀ ହେବେ।

ମିଥୁନ: ବନ୍ଧୁମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥ ମିଳିବ। ଜନୈକା ମହିଳାଙ୍କ ସହାୟତା ପାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ: ପ୍ରତିକୂଳ ପରିସ୍ଥିତି ଦେଖାଦେଇ ପାରେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଖର୍ଚ୍ଚାନ୍ତ ହୋଇପାରନ୍ତି। ଭାଗ ବ୍ୟବସାୟ ଲାଭଜନକ ହେବ। ସତ୍‌କ୍ରିୟାଯୁକ୍ତ ହେବେ। ଭ୍ରାନ୍ତମନା ହୋଇପାରନ୍ତି। ସ୍ବାଭିମାନୀ ହେବ। ସତର୍କତାର ଦିନ।

ସିଂହ: ଅଯଥା ହନ୍ତସନ୍ତ ହେବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ନାନା ସୁନ୍ଦର ଓ ମୂଲ୍ୟବାନ୍‌ ବସ୍ତୁ ଲାଭ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ମାନସିକ ଅଶାନ୍ତି ଦୂର ହେବ।

କନ୍ୟା: ପାରସ୍ପରିକ ବୁଝାମଣା ଠିକ୍‌ ରହିବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସମ୍ମାନିତ ହେବେ। ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ଶୁଭ ଖବର ପାଇ ଖୁସି ହେବେ। ଚଞ୍ଚଳ ଚେଷ୍ଟିତ ହେବେ।

ତୁଳା: ନିଜ କୌଳିକ ବୃତ୍ତିରେ ମନଯୋଗ ସହକାରେ କାର୍ଯ୍ୟ କରିବେ। ବନ୍ଧୁଙ୍କ ସହିତ ଆନନ୍ଦ ଉତ୍ସବରେ କାର୍ଯ୍ୟ କରିପାରନ୍ତି। ବିନା ଚେଷ୍ଟାରେ ଅର୍ଥଶ୍ରାନ୍ତ ହେବେ। ଚଞ୍ଚଳ ଚେଷ୍ଟିତ ହେବେ। ଚିନ୍ତାଧାରା ଉନ୍ନତ ହେବ। ସନ୍‌ମାର୍ଗୀ ହେବେ। ସମସ୍ୟା ଦୂର ହେବ।

ବିଛା: ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯାନବାହନ ସୁଖ ମିଳିବ। କୃଷିକ୍ଷେତରେ ମନୋ ନିବେଶ କରିପାରନ୍ତି। ସୁଖଭୋଗ କରିପାରନ୍ତି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। କୀର୍ତ୍ତିମାନ ହେବେ। ଭ୍ରାତୃଭାବ ଅତୁଟ ରହିବ।

ଧନୁ: ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ପରିଶ୍ରମର ମୂଲ୍ୟ ମିଳିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ କ୍ଷେତ୍ର ଉତ୍ତରୋତ୍ତର ଉନ୍ନତି ହେବ। ଭୋଗାସକ୍ତ ହେବେ। ଧନଲାଭକାରୀ ହେବେ। ବିନୀତ ସ୍ବଭାବର ହେବେ। ବହୁବିଦ୍ୟା ପାରଙ୍ଗମ ହେବେ।

ମକର: ଭ୍ରାତୃ ବିବାଦରେ ପଡ଼ିପାରନ୍ତି। ସ୍ବାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରି ଚାଲିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସତ୍‌କର୍ମରେ ବ୍ୟୟ କରିପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସାଧନାରେ ସିଦ୍ଧିଲାଭ କରିବେ।

କୁମ୍ଭ: କାର୍ଯ୍ୟ କରିବାର ଅଭିଜ୍ଞତାରୁ ଦକ୍ଷତା ବୃଦ୍ଧି ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ।

ମୀନ: ଅପେକ୍ଷା ନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ସୁନାମଧ୍ୟେୟ ହୋଇପାରିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ମଧୁରଭାଷା ଓ ବ୍ୟବହାର ଯୋଗୁଁ ପରକୁ ଆପଣାର କରି ଜନବଲ୍ଲଭ ହେବେ।

Comments are closed.