ରାଶି ଓ ପୋଷାକ

ଆମେ ସମସ୍ତେ ନିଜର ପସନ୍ଦ ଅନୁସାରେ ପୋଷାକ ପରିଧାନ କରିଥାଉ। ବେଳେବେଳେ ଆମକୁ ଅନ୍ୟ ମାନଙ୍କ ପସନ୍ଦ ହିସାବରେ ପୋଷାକ ପିନ୍ଧିବାକୁ ପଡିଥାଏ। କଥାରେ ଅଛି, ବ୍ୟକ୍ତି ପୋଷାକରୁ ତାଙ୍କର ବ୍ୟକ୍ତିତ୍ୱ ଜଣା ପଡିଥାଏ। ଅନ୍ୟ ଲୋକମାନେ ଆପଣଙ୍କ ପୋଷାକ ଦେଖି ଅନେକ କିଛି ଜାଣିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ରାଶି ଅନୁସାରେ ପୋଷାକ ପିନ୍ଧିବା ଦ୍ୱାରା ଅନେକ କିଛି ଲାଭ ମିଳିଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି ..
ମେଷ: ଏହି ରାଶିର ବ୍ୟକ୍ତି ଅଧିକ ଆକର୍ଷଣୀୟ ପୋଷାକ ପିନ୍ଧିବାକୁ ଭଲ ଲାଗିଥାଏ। କିନ୍ତୁ ବୟସ ଅଧିକ ହେବା ପରେ ସେମାନେ ଏଥିରୁ ନିବୃତ୍ତ ହେବା ଉଚିତ।
ବୃଷ: ଏହି ରାଶିର ବ୍ୟକ୍ତି ଏପରି ପୋଷାକ ପିନ୍ଧନ୍ତି ଯାହାଦ୍ୱାରା ସେମାନଙ୍କ ବ୍ୟକ୍ତିତ୍ୱ ସର୍ବଦା ଅନ୍ୟ ମାନଙ୍କ ସମ୍ମୁଖରେ ଲୁଚି ରହିଥାଏ।
ମିଥୁନ: ଏହି ରାଶିର ଲୋକମାନେ ନିଜ ପୋଷାକକୁ ନେଇ ସତର୍କ ରହିଥାନ୍ତି। ଏପରି ପୋଷାକ ପିନ୍ଧିବା ଦ୍ୱାରା ସେମାନେ ଅନ୍ୟମାନଙ୍କ ସମ୍ମୁଖରେ ନିଜ ବ୍ୟକ୍ତିତ୍ୱକୁ ଭଲ ରଖିଥାନ୍ତି।
କର୍କଟ: କର୍କଟ ରାଶିର ବ୍ୟକ୍ତିମାନେ ନିଜ ଇଚ୍ଛା ଅନୁସାରେ ପୋଷାକ ପିନ୍ଧିଥାନ୍ତି। ଅନ୍ୟ କାହାର ପସନ୍ଦ ଅନୁସାରେ ପୋଷାକ ସେମାନଙ୍କୁ ଭଲ ଲାଗି ନଥାଏ।
ସିଂହ: ସିଂହ ରାଶିର ବ୍ୟକ୍ତିମାନେ ପୋଷାକ କିଣିବା ସମୟରେ ଅନ୍ୟମାନଙ୍କ ସାହାର୍ୟ୍ୟ ନେଇଥାନ୍ତି।
କନ୍ୟା: ଜ୍ୟୋତିଷଙ୍କ ଅନୁସାରେ ଏହି ରାଶିର ବ୍ୟକ୍ତିମାନେ ସବୁବେଳେ ଦାମିକିଆ ପୋଷାକ ପରିଧାନ କରିଥାନ୍ତି। ଅନ୍ୟମାନଙ୍କୁ ତାଙ୍କ ପୋଷାକ ପସନ୍ଦ ନ ଆସିଲେ ମଧ୍ୟ ଏମାନଙ୍କୁ ଫରକ ପଡି ନଥାଏ।
ତୁଳା: ଏହି ରାଶିର ବ୍ୟକ୍ତିମାନେ ଅନେକ ଷ୍ଟାଇଲିସ ପୋଷାକ ପିନ୍ଧିଥାନ୍ତି। ଏମାନେ ନୂଆ ପୋଷାକ ପିନ୍ଧିବା ଉପରେ ଅନ୍ୟମାନଙ୍କ ଅପେକ୍ଷା ସର୍ବଦା ଆଗୁଆ ରହିଥାନ୍ତି।
ବିଛା: ଏହି ରାଶିର ବ୍ୟକ୍ତିମାନେ କେତେବେଳେ ଅତ୍ୟନ୍ତ ଭଲ ପୋଷାକ ପିନ୍ଧିଥାନ୍ତି ତ କେତେବେଳେ ଅତ୍ୟନ୍ତ ଖରାପ ପୋଷାକ ପିନ୍ଧିଥାନ୍ତି।
ଧନୁ: ଏହି ରାଶିର ବ୍ୟକ୍ତିମାନେ ବ୍ୟକ୍ତିମାନେ ସର୍ବଦା ସାଧା ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି।
ମକର: ଏହି ରାଶିର ବ୍ୟକ୍ତିମାନେ ଖୁବ ଭାବିଚିନ୍ତି ଓ ସୁନ୍ଦର ପୋଷାକ ଚୟନ କରିଥାଆନ୍ତି।
କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିମାନେ ନିଜ ପୋଷାକକୁ ନେଇ ବାରମ୍ବାର ଦ୍ୱନ୍ଦରେ ରହିଥାନ୍ତି। ସର୍ବଦା ଭଲ ପୋଷାକ ପିନ୍ଧିବାକୁ ଏମାନଙ୍କୁ ଭଲ ଲାଗେ।
ମୀନ: ଏହି ରାଶିର ବ୍ୟକ୍ତିମାନେ ପୋଷାକ ପିନ୍ଧିବା ବେଳେ ସର୍ବଦା ସତର୍କ ରହିଥାନ୍ତି। ଏମାନଙ୍କ ପୋଷାକରେ ଅବହେଳା କରିବା ପସନ୍ଦ ହୋଇ ନଥାଏ।

Comments are closed.