ରାସରସିକପୁର ସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ

ଆଠଗଡ :  ଆଠଗଡ ସହରର ରାସରସିକପୁର ଉନ୍ନୀତ ଉପ୍ରା ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଶିବଶଙ୍କର ଜେନା ଯୋଗଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନୀତି ଓ ତ୍ୟାଗପୁତ ଜୀବନାଦର୍ଶ ଏବଂ ଦେଶପାଇଁ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଜାତୀୟ ସଂଘତି ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ ପରାମର୍ଶ ଦେଇଥିଲେ । ଶିକ୍ଷୟିତ୍ରୀ ମିନାକ୍ଷୀ ସାହୁ ରାଷ୍ଟ୍ରୀୟ ଏକତା ଦିବସ ପାଳନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ମହତ୍ୱ ସଂପର୍କରେ ଅବତାରଣା କରିଥିଲେ । ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାପାତ୍ର ଶପଥ ପାଠ କରାଇଥିବାବେଳେ ଶିକ୍ଷୟିତ୍ରୀ ରେଣୁବାଳା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ।

Comments are closed.