ଓଡ଼ିଶାରୁ ଧରା ପଡ଼ିଲା ଧଳା ଚିକ୍ ଚିକ୍ ବିରଳ ସାପ

କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ରେ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପ ଟିକୁ ଗତକାଲି ବାଲିସୁଆଁ ଗାଁ ର ଯୁବକ ଅବିନାଶ ସ୍ୱାଇଁ ରାତି ପ୍ରାୟ ୧୦ ଟା ସମୟରେ ଏକ ରାସ୍ତା ପାର ହେଉଥିବା ବେଳେ ଦେଖିଥିଲେ । ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି ନଥିଲେ , ତେଣୁ ଏକ ବାଡ଼ି ସାହାଯ୍ୟ ରେ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରେଇ ଦେଇଥିଲେ । ଡବା ଭିତରୁ ଫୋଟୋ ଉଠେଇ ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସେ ସେହି ଫୋଟୋ ଗୁଡିକ ପଠେଇ ସାପ ଟିକୁ ଚିହ୍ନିବା ପାଇଁ କହିଥିଲେ । ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପ ଟିକି ଲିଉସିଷ୍ଟିକ ଚିତି ବା Leucistic common krait ବୋଲି ଚିହ୍ନଟ କରିଥିଲେ । ଆଜି ସକାଳୁ  ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ବାଲିସୁଆଁ ଗ୍ରାମରେ ପହଞ୍ଚି ସେହି ସାପ ଟିକୁ ଉଦ୍ଧାର କରି ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ସାପଟି ଚିତି ସାପ ହୋଇଥିବାରୁ ଅନ୍ୟ ସାପ ଚିତି ସାପ ପରି ତା ପାଖରେ ମାରାତ୍ମକ ନ୍ୟୁରୋଟକ୍ସିକ ବିଷ ଅଛି ବୋଲି କୁହାଯାଇଛି ।

Comments are closed.