ଗଲିବୟ ରାପର୍‌ଙ୍କ ଅକାଳ ବିୟୋଗ

ରଣବୀର ସିଂହ, ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଲାଗିଲା ଶକ୍ତ ଧକ୍କା

ନୂଆଦିଲ୍ଲୀ: ‘ଗଲି ବୟ’ ଚଳଚ୍ଚିତ୍ରରୁ ବଲିଉଡ଼ରେ ଲୋକପ୍ରିୟତା ହାସଲ କରିଥିବା ରାପର୍‌ ଧର୍ମେଶ ପରମାର ଓରଫ୍‌ ଏମସି ତୋଡ଼୍‌ ଫୋଡ଼୍‌ଙ୍କର ୨୪ ବର୍ଷ ବୟସରେ ପରଲୋକ ଘଟିଛି। ଧର୍ମେଶଙ୍କ ବ୍ୟାଣ୍ଡ୍‌ ‘ସ୍ବଦେଶୀ ମୁଭ୍‌ମେଣ୍ଟ’ ସାମାଜିକ ଗଣମାଧ୍ୟମ ଜରିଆରେ ସୋମବାର ଏହି ସୂଚନା ଦେଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଧର୍ମେଶ ପରମାର ‘ଗଲି ବୟ’ରେ ‘ଇଣ୍ଡିଆ ୯୧’ ଗୀତରେ କଣ୍ଡଦାନ କରିଥିଲେ। ଅଭିନେତା ରଣବୀର ସିଂହ ଓ ସିଦ୍ଧାନ୍ତ ଚତୁର୍ବେଦୀ ରାପର୍‌ଙ୍କ ଦୁଃଖଦ ତଥା ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଧର୍ମେଶଙ୍କ ବିୟୋଗକୁ ସେମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ରଣବୀର ସାମାଜିକ ଗଣମାଧ୍ୟମରେ ରାପର୍‌ଙ୍କ ଫଟୋ ଶେୟାର କରି ଦୁଃଖ ପ୍ରକାଶ କରିଛନ୍ତି।

ସେହିପରି ସିଦ୍ଧାନ୍ତ ଦିବଂଗତ ଗୁଜରାଟୀ ରାପରଙ୍କ ସହ କଥାବାର୍ତ୍ତାର ଏକ ସ୍କ୍ରିନଶଟ୍‌ ଶେୟାର କରିଛନ୍ତି, ଯେଉଁଥିରେ ଉଭୟ ନିଜ ସଙ୍ଗୀତ ଏବଂ ପ୍ରଦର୍ଶନ ପାଇଁ ପରସ୍ପରକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

Comments are closed.