ଆଥଲେଟ ଅଫ ଦ ଇୟର୍‍ ପୁରସ୍କାର ପାଇବେ ରାଣୀ ରାମ୍‍ପାଲ

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମ୍‍ପାଲ ପ୍ରଥମ ହକି ଖେଳାଳି ଭାବେ ସମ୍ମାନଜନକ ୱାର୍ଲଡ ଗେମ୍‍ସ ଆଥ୍‍ଲେଟ୍‍ ଅଫ୍‍ ଦି ଇୟର୍‍ ପୁରସ୍କାର ପାଇବାକୁ ବିବେଚିତ ହୋଇଛନ୍ତି। ବିଶ୍ୱବ୍ୟାପୀ କ୍ରୀଡ଼ା ପ୍ରଶଂସକମାନଙ୍କ ମତାମତ ସଂଗ୍ରହ କରାଯିବା ପରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଚଳିତମାସ ପହିଲାରୁ ୨୦ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଅନ୍‍ଲାଇନ୍‍ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ରାଣୀ ରାମପାଲଙ୍କ ସପକ୍ଷରେ ସର୍ବାଧିକ ୧ଲକ୍ଷ ୯୯ ହଜାର ୪୭୭ ଭୋଟ୍‍ ମିଳିଛି। ରାଣୀଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ଟିମ୍‍ ତୃତୀୟ ଥର ପାଇଁ ଅଲମ୍ପିକ୍‍ ଗେମ୍‍ସ୍‍ ଐତିହାସିକ ଯୋଗ୍ୟତା ହାସଲ କରିପାରିଛି।

୨୫ ବର୍ଷୀୟ ରାଣୀ ୧୫ବର୍ଷ ବୟସରୁ ଭାରତୀୟ ମହିଳା ହକି ଦଳରେ ଦେଶ ପାଇଁ ଖେଳି ଆସୁଛନ୍ତି ଏବଂ ଜାତୀୟ ସ୍ଥରରେ ୨୪୦ଟି ମ୍ୟାଚ ଖେଳିସାରିଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଯୋଗ୍ୟତା ହାସଲ ଦିଗରେ ରାଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

Comments are closed.