ରଙ୍ଗେଇଲୁଣ୍ଡା ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୁଳା ସ୍ଥିତ ନ୍ୟାସନାଲ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ରାଓ ଅଧ୍ୟକ୍ଷତା କରିବା ସହ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ କହିଥିଲେ, ଛାତ୍ରଛାତ୍ରୀମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ, ଏଣୁ ଏମାନେ ହିଁ ଆଗାମୀ ଦିନରେ ଦେଶର ବିକାଶରେ‌ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ମତବ୍ୟକ୍ତ କରିବା ସହ ମେଳାରେ ସାମିଲ ହୋଇ ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଆହୁରି ବୈଜ୍ଞାନିକ ଉଦ୍ଭାବନ ମାନ କରି ଦେଶ ସମାଜର ଉନ୍ନତି ରେ ସହାୟକ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିକ୍ଷା ଅଧିକାରୀ ଡ଼ ସନାତନ ପଣ୍ଡା, ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ ପ୍ରଭାତୀ ମହାପାତ୍ର, ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ଗୁଳା ପଞ୍ଚାୟତ ସରପଞ୍ଚ କେ ସୁଜାତା ରେଡ୍ଡୀ, ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାସ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଭେଙ୍କଟରାୟପୁର ପ୍ରାଥମିକ ବିଦ୍ୟାଳୟ ର ଟି. ସାଲୀନୀ, ନାରାୟଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅକ୍ଷୟ ପଟ୍ଟନାୟକ, ପଞ୍ଚମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧୁସ୍ମିତା ସାହୁ, ଗୁଳା ନ୍ୟାସନାଲ ହାଇସ୍କୁଲର ରାଜେନ୍ଦ୍ର ରାଉତଙ୍କୁ ଉତ୍ତମ ପ୍ରକଳ୍ପ ନିମନ୍ତେ ପୁରସ୍କୃତ କରାଯାଇଥିଲା।
ଆଜି ଅନୁଷ୍ଠିତ ମେଳାରେ ବ୍ଲକ ଅଧିନସ୍ଥ ୧୫୦ଟି ବିଦ୍ୟାଳୟର ୨୦୦ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ। ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକ ଡୁରା ମହାବିଦ୍ୟାଳୟର ପ୍ରଧ୍ୟାପକ ହରିହର ମୁନୀ, ଅର୍ଚ୍ଚନା ପାଣିଗ୍ରାହୀ,ସର୍ମିଳା ପଣ୍ଡା ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡୁରା ନ୍ୟାସନାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ପଟ୍ଟନାୟକ, ସିଆରସିସି ଶିଶିର କୁମାର ପଟ୍ଟନାୟକ, ସୁଧାଂଶୁ ଶେଖର ଦଳାଇ, ହୃଷିକେଶ ଦାସ, ଅମରନାଥ ବେହେରା, ରାଜେନ୍ଦ୍ର ବେହେରା, ନୟନା ପଟ୍ଟନାୟକ, ଅଶୋକ କୁମାର ଦାସ, ସନ୍ତୋଷ କୁମାର ପଣ୍ଡା, ଶିକ୍ଷକ ନିବେଦିତା ପାଢ଼ୀ, ଅନନ୍ତ ରାସ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Comments are closed.