ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ଶିବୁ ସୋରେନ୍ ଓ ପତ୍ନୀ କରୋନା ସଂକ୍ରମିତ

ରାଞ୍ଚି : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାପା ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଅଧ୍ୟକ୍ଷ ଏବଂ ରାଜ୍ୟସଭା ସଦସ୍ୟ ଶିବୁ ସୋରେନ୍ ଏବଂ ପତ୍ନୀ ରୂପି ସୋରେନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉଭୟଙ୍କୁ ସଙ୍ଗରୋଧରେ ରଖାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଉଭୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। କିଛି ଦିନ ପୂର୍ବେ ଶିବୁ ସୋରେନଙ୍କ ବାସଭବନରେ ୧୧ ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ସହିତ ଶିବୁ ସୋରେନଙ୍କ ପୁଅ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ମଧ୍ୟ ଅଗଷ୍ଟ ୨୪ତାରିଖ ଅର୍ଥାତ୍ ସୋମବାର ପୁଣି ଥରେ କରୋନା ପରୀକ୍ଷା କରାଯିବ।

ସୂଚନା ଅନୁଯାୟୀ, ୭୬ ବର୍ଷୀୟ ଶିବୁ ସୋରେନ୍ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଏଥି ସହିତ, ଶିବୁ ସୋରେନଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀ ପୂର୍ବରୁ ସଙ୍ଗରୋଧରେ ରହିଛନ୍ତି। ଏହା ପୂର୍ବରୁ ଝାଡ଼ଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ବନ୍ନା ଗୁପ୍ତା କରୋନା ସଂକ୍ରମିତ ଜଣା ପଡ଼ିଥିଲା।

Comments are closed.