ରଣନଦୀ ଆଡିବନ୍ଧ କାର୍ଯ୍ୟ ତ୍ୱରାନ୍ୱିତ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତ ଅଧିନ କରବର ଗାଁ। ମହାନଦୀ କୂଳରେ ଅବସ୍ଥିତ ହେତୁ ବନ୍ୟା ସମୟରେ ଗାଁର ଦୁଃଖ ବଢିଯାଏ। ମହାନଦୀର ଶାଖା ନଦୀ ରଣ ନଦୀର ବନ୍ୟା ଜଳ ଓ ରଣନଦୀରୁ ପଛୁଆ ଜଳ ମହାନଦୀରେ ମିଶିବା ସମୟରେ ଅଞ୍ଚଳର ଚାଷ ଜମୀ ଠାରୁ ଆରମ୍ଭ କରି ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥାଏ। ରଣନଦୀ ଉପକୂଳରେ ଶୁଖୁଆଖଳା ଗାଁ ରହିଛି। ଦିନ ଦୁଃଖୀ ଅନୁସୂଚୀତ ବର୍ଗର ଦିନମଜୁରିଆ ଭାବରେ ଏଗାଁର ଅଧିବାସୀ ଜୀବନ ବଞ୍ଚିଥାନ୍ତି। ଶୁଖୁଆଖଳାରୁ ବାଙ୍କୀ-କଟକ ମୁଖ୍ୟରାସ୍ତାକୁ ୨.୫କିମି ସସଞ୍ଜୋଗୀ ରାସ୍ତା ବନ୍ୟା ସମୟରେ ୫ରୁ ୧୦ଫୁଟ ପାଣି ରାସ୍ତା ସମେତ ସମସ୍ତ ଗହୀରକୁ ବନ୍ୟା ଜଳ ବୁଡାଇ ରଖିବା ହେତୁ ବନ୍ୟା ସମୟରେ ଜନବସତିର ଜୀବନ ଯାତ୍ରା ବାଧାପ୍ରାପ୍ତ ହୁଏ।

ସୂଚନାଯୋଗ୍ୟ ଯେ, କରବର ଗ୍ରାମର ପୂର୍ବ ପଟେ ବାଙ୍କୀ-କଟକ ମୁଖ୍ୟ ରାସ୍ତା ଠାରୁ ରଣ ବ୍ରିଜ ନିକଟରୁ ଏକ ଆଡିବନ୍ଧ ରାମଚନ୍ଦ୍ରପୁର ଆଡକୁ ଲମ୍ବି ରହିଛି। ଯେଉଁ ବନ୍ଧକୁ ଶୁଖୁଆଖଳାର ଗ୍ରାମବାସୀ ମାନେ ବନ୍ୟା ସମୟରେ ବିପଦକୁ ଏଡାଇବା ପାଇଁ ଶହ ଶହ ପଶୁ ସମ୍ପଦ ସହିତ ବାସହରା ମାନେ ଆଶ୍ରୟ ନେଇଥାନ୍ତି। ୧୯୮୨ ମହାବନ୍ୟା ପରେ ଏହି ଆଡିବନ୍ଧଟି ଉଚ୍ଚା ଓ ପ୍ରଶସ୍ତ କରି ନିର୍ମାଣ କରାଯାଇଥିଲେ ମଧ୍ୟ ଦୀର୍ଘ ବର୍ଷଧରି ଏହାର ପୁନଃରୁଦ୍ଧାର କାର୍ଯ୍ୟ କିମ୍ବା ମରାମତି ନହେଉଥିବା ହେତୁ ବନ୍ଧଟି ବହୁ ସମୟରେ ବିପଦପୂର୍ଣ୍ଣ ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ଏହି ବନ୍ଧର ପୁନଃରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗ ନିକଟରେ ଅନୁରୋଧ କରିଆସିଥିଲେ। ଗତ ଅଗଷ୍ଟ ୨ୟ ସପ୍ତାହରେ ମହାନଦୀରେ ଆସିଥିବା ମଧ୍ୟମ ଧରଣର ବନ୍ୟା ସମୟରେ ବନ୍ଧର ଶୋଚନୀୟ ଅବସ୍ଥା ଦେଖି ସେପ୍ଟେମ୍ବର ୧୨ତାରିଖ ୨୦୨୦ମସିହାରେ ରଣନଦୀ ବନ୍ଧ ପୁନଃରୁଦ୍ଧାର ଜରୁରୀ ଶୀରୋନାମାରେ ଏକ ଖବର ଦୈନିକ ଖବରକାଗଜ ସମାଜରେ ପ୍ରକାଶ ପାଇଥିଲା। ପ୍ରାୟ ବନ୍ଧଟିର ୧୦ରୁ ଅଧିକ ସ୍ଥାନରେ ବନ୍ଧ ଧସିଯିବା,ପଥର ପ୍ୟାକିଂ ଖସିଯାଇଥିବା ଓ ବହୁ ସ୍ଥାନରେ ବନ୍ଧରେ ବଡବଡ ଗାତ ସୃଷ୍ଟି ହୋଇଥିବା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବାର ୩ମାସ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ଆଡିବନ୍ଧର ପ୍ରାୟତଃ ୬୦୦ମିଟର ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଏସମ୍ପର୍କରେ ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲା। କୋଭିଡ୍ କଟକଣା ହେତୁ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ଏବେ ବନ୍ଧର ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଉଭୟ ପାଶ୍ୱର୍ରେ ମାଟି ପକାଯାଇ ପୁନଃ ପଥର ପ୍ୟାକିଂ କରାଯିବାର ବ୍ୟବସ୍ଥା ଥିବା କହିଛନ୍ତି। ଦୀର୍ଘବର୍ଷ ପରେ ଜଳସମ୍ପଦ ବିଭାଗ ବନ୍ଧ କାର୍ଯ୍ୟ ତ୍ୱରାନ୍ୱିତ କରିଥିବା ହେତୁ ଅଞ୍ଚଳର ବୁଦ୍ଧିଜିବୀ ମାନେ ଖୁସି ପ୍ରକଟ କରିବା ସହିତ ଆଗାମୀ ଦିନରେ ଏହି ବନ୍ଧକୁ ସ୍ଥାନୀୟ ବିପଦଶଙ୍କୁଳ ଗ୍ରାମ ଶୁଖୁଆଖଳାକୁ ସଞ୍ଜୋଗ କରାଯାଇପାରିଲେ ବନ୍ୟା ସମୟରେ ଶୁଖୁଆଖଳା ଗ୍ରାମବାସୀ ବନ୍ଧରେ ଯାତାୟତ କରିବା ସହିତ ନିଜକୁ ନିରାପଦ ମଣିବେ ବୋଲି ଗଣମାଧ୍ୟମ ଜରିଆରେ ବିଭାଗକୁ ଅନୁରୋଧ କରିଛନ୍ତି। ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀମନ୍ତ ତ୍ରିପାଠୀଙ୍କୁ ପଚାରିବାରୁ ରଣନଦୀ ଆଡିବନ୍ଧର ଉଭୟ ପାର୍ଶ୍ବରେ ମାଟି ପକାଯିବା ସହ ପଥର ପ୍ୟାକିଂ କରାଯାଇ ଉଚ୍ଚତାରେ ୨ଫୁଟ ହାଇଟ୍ ଓ ରାସ୍ତାରେ ମୋରମ ପକାଯିବ। ସେହିପରି ବନ୍ଧକୁ ଆଗାମୀ ଦିନରେ ଶୁଖୁଆଖଳା ଗ୍ରାମ ସହ ସଞ୍ଜୋଗ କରିବା ନିମନ୍ତେ ଏକ ପ୍ରକଳ୍ପ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରାଯିବାର ଯୋଜନା ଥିବା କହିଛନ୍ତି।

Comments are closed.