‘ହାଥୀ ମେରେ ସାଥୀ’: ଭିନ୍ନ ରୂପରେ ରାଣା ଦଗୁବାତୀ

ମୁମ୍ବଇ: ବ୍ଲକ୍‍ବଷ୍ଟର ଚଳଚ୍ଚିତ୍ର ‘ବାହୁବଳୀ’ରେ ଭଲ୍ଲାଲଦେବ ଭୂମିକାରେ ଅଭିନୟ କରି ଖୁବ୍‍ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ରାଣା ଦଗୁବାତୀ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚଳଚ୍ଚିତ୍ରର ନାଁ ରହିଛି ‘ହାଥୀ ମେରେ ସାଥୀ’ ଓ ରାଣା ଏଥିରେ ବନଦେବ ଭୂମିକାରେ ନଜର ଆସିବେ। ସାମାଜିକ ଗଣମାଧ୍ୟମରେ ସେ ଚଳଚ୍ଚିତ୍ରର କିଛି ପୋଷ୍ଟର ଓ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ଦେଖିବାକୁ ମିଳିଛି।

ନିଜର ଅଧିକାଂଶ ଜୀବନ ଜଙ୍ଗଲରେ ବିତାଇଥିବା ଜଣେ ବ୍ୟକ୍ତି ଭୂମିକାରେ ରାଣା ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ ନିଜ ଓଜନ ମଧ୍ୟ କମ୍‍ କରିଛନ୍ତି। ରାଣା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ପୁଲ୍‍କିତ୍‍ ସମ୍ରାଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଏପ୍ରିଲ୍‍ ୨ ତାରିଖରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

Comments are closed.