ମହିପଙ୍ଗାରେ ପଞ୍ଚାୟତ ସ୍ତରୀୟ ଅନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଂଚାୟତ ସ୍ଥିତ ମହିପଙ୍ଗା ଠାରେ ମଙ୍ଗଳବାର ଦିନ ପଞ୍ଚାୟତ ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ନିମନ୍ତ୍ରିତ ଅତିଥିଙ୍କ ଦ୍ଵାରା ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଗ୍ରାମର ମୁଖିଆ ରେଲି କଣ୍ଡାଗରୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଯାଇ ଗ୍ରାମ ପରିକ୍ରମା କରି ବିଶ୍ୱ ଆଦିବାସୀ କି ଜୟ ଆଦିବାସୀ ଜାତାପୁ ସମାଜ କି ଜୟ ନାରା ଦେଇ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଲୁଣ୍ଠି ସରପଞ୍ଚ ମାଝୀଗୌରୀ କଣ୍ଡାଗରୀ, ସମିତି ସଭ୍ୟା ଲଳିତା ମାଣ୍ଡାଙ୍ଗି, ନିଲାମଗୁଡ଼ା ସରପଞ୍ଚ ଗୀତାଞ୍ଜଳି ଦୋରା, ଗୁଲୁଣ୍ଠି ପଂଚାୟତର ପୂର୍ବତନ ସରପଂଚ ଚିନ୍ନା କଣ୍ଡାଗରୀ, କିସ୍ ଅନୁଷ୍ଠାନର ରାୟଗଡା ଜିଲ୍ଲା ସଭାପତି ବୁଡୁ କଣ୍ଡାଗରୀ, ଡାଙ୍ଗୁବାଡ଼ି ୱାର୍ଡ ସଭ୍ୟ ଉଶାବତୀ ପାତିକା ଏବଂ ରାୟଗଡା ଜିଲ୍ଲା ଜାତାପୁ ସମାଜର ଜିଲ୍ଲା ସମ୍ପାଦକ କାଁତାରାଓ ନିମାଲା ପ୍ରମୁଖ ମଞ୍ଚାସୀନ ଥିଲେ।

ଉପସ୍ଥିତ ଅତିଥିମାନେ ଆଦିବାସୀ ଭାଷା, ପରମ୍ପରା ଓ କଳା ସଂସ୍କୃତିକୁ ଅତୀତରେ ଯେମିତି ପାଳନ କରାଯାଇ ଆସୁଛନ୍ତି ଆଗାମୀ ପିଢ଼ି ଭବିଷ୍ୟତରେ ଏହି ଆଦିବାସୀ ଲୋକ କଳା ପରମ୍ପରାକୁ ବଞ୍ଚେଇ ରଖିବାକୁ ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିବା ମହିଳା ଓ ପୁରୁଷମାନଙ୍କୁ ଉଦବୋଧନ ମାଧ୍ୟମରେ ସଚେତନ କରିବା ସହ ଅନ୍ତର୍ଜାତୀୟ ଆଦିବାସୀ ଦିବସକୁ ପ୍ରତ୍ୟେକ ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସଭାକୁ ଚିନ୍ନା କଣ୍ଡାଗରୀ, ବୁଡୁ କଣ୍ଡାଗରୀ ପରିଚାଳନା କରିଥିବା ବେଳେ ଗୁଲୁଣ୍ଠି ପଂଚାୟତର ବିଭିନ୍ନ ଗ୍ରାମରୁ ଆସି ମହିଳା ଓ ପୁରୁଷମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Comments are closed.