ରାମନାଗୁଡା ସଦରରେ ସୁନୀଲ ଯୁକ୍ତ ୨କଳା ଟପ୍ପର

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ସଦରରେ ଆରିୟନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସୁନୀଲ କୁମାର ଦାଶ ଯୁକ୍ତ ୨ କଳା ପରୀକ୍ଷାରେ ସର୍ବାଧିକ ମାର୍କ ରଖି ଟପ୍ପର ହୋଇଛନ୍ତି। ଉକ୍ତ କଲେଜରେ ପରୀକ୍ଷା ଦେଇଥିବା ୫୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ୧୪ ଜଣ ପ୍ରଥମ, ୨୦ ଜଣ ଦ୍ୱିତୀୟ ଏବଂ ୧୮ ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ସୁନୀଲ କୁମାର ଦାଶ ୪୪୦ ନମ୍ବର ରଖି ଅନୁଷ୍ଠାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

Comments are closed.