ରାମନାଗୁଡା ଲ୍ୟାମ୍ପସ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ବୈଠକ ରାମଗିରି ସ୍ଥିତ କାଜୁତୋଟାଠାରେ ଅନୁଷ୍ଠିତ ହୋଇଯାଇଛି।ରାମନାଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ଆବହକତ୍ବ ଅନୁଷ୍ଠିତ ବୈଠକରେ ଏଆରସିଏସ୍ ତିଓପିଲି ଶବର,କେସିସି ବ୍ୟାଙ୍କ ଶାଖା ପରିଚାଳକ ହରିଶ୍ଚନ୍ଦ୍ର ବାନାଗାଡି,ନିୟନ୍ତ୍ରିତ ବଜାର କମିଟି ପୂର୍ବତନ ସଂପାଦକ ବିନୋଦ ବିହାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ବୈଠକରେ ପ୍ରାରମ୍ଭରେ ପୂର୍ବ ସାଧାରଣ ବୈଠକର ବିବରଣୀ ପାଠ କରାଯାଇଥିଲା।ସେହିପରି ସମିତିର ୨୦୨୦-୨୧ ବର୍ଷର ଖର୍ଚ୍ଚଦାବି ଉପସ୍ଥାପନ କରାଯାଇଥିବା ବେଳେ ଆର୍ଥିକବର୍ଷ ୨୦୨୦-୨୧ ନିମନ୍ତେବଜେଟ ପାଠ କରାଯାଇଥିଲା । ଏଥିରେ ଲ୍ୟାମ୍ପସ ଗୃହ ମରାମତି ସମ୍ପର୍କରେ ଆଲୋଚନା ସହ ଚଳିତବର୍ଷ ୨୦୨୧-୨୨ପାଇଁ ଆର୍ଥିକ ବଜେଟ ଆଗତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଲ୍ୟାମ୍ପସର ରମେଶ ମାଣ୍ଡାଙ୍ଗି, ଏଲ.ସନ୍ତୋଷ କୁମାର, ଏ.ସନ୍ତୋଷ କୁମାର, ସୁରେଶ ନିମାଲା ପରିଚାଳନାରେ ସହଯୋଗ କରିଥିଲେ।।

Comments are closed.