କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଅସୁସ୍ଥ ; ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଅସୁସ୍ଥ ହୋଇଛନ୍ତି ବୋଲି ମଙ୍ଗଳବାର ଖବର ମିଳିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଛି। କିଛି ଦିନ ପୂର୍ବରୁ ରମେଶ ପୋଖରିଆଲ କରୋନାରେ ଆକ୍ରାନ୍ତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଥିଲେ। ମାତ୍ର ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଗତ ୨୧ ତାରିଖରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏନେଇ ସେ ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଥିଲେ।

Comments are closed.