ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ରାମନାଗୁଡା ପରିର୍ଦଶନ

ରାମନାଗୁଡା: ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ତେନଜନ୍ ଆପଙ୍ଗ ଆଓ ରାମନାଗୁଡା ପରିର୍ଦଶନ କରି ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟକ୍ରମ ସମୀକ୍ଷା କରିଛନ୍ତି । ସେ ପ୍ରଥମେ ରାଜ୍ୟ ସରକାରଙ୍କ ୫ଟି ଅନ୍ତର୍ଗତ ମୋସ୍କୁଲ ଅଭିଯାନ ଜରିଆରେ ରାମନାଗୁଡା ସରକାରୀ ଉଚ୍ଚବିଦ୍ୟାଳୟର ନବୀକରଣ ହେବାକୁ ଯାଉଛି। ଏଥିପାଇଁ ପ୍ରଥମ ପର୍ୟ୍ୟାୟରେ ୪୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉକ୍ତ ଅନୁଦାନରେ ୩ଟି ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ, ଉନ୍ନତ ମାନର ବିଞ୍ଜାନଗାର, ସ୍ମାର୍ଟ ଶୌଚାଳୟ ଆଦି ନିର୍ମାଣ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିବାବେଳେ ଆଜି ରାଜସ୍ବ କମିଶନର ଉନ୍ନୟନ କାର୍ୟ୍ୟର ଅଗ୍ରଗତି କାର୍ୟ୍ୟର ସ୍ଥିତି ପରଖିଥିଲେ। ଏଥିସହ ବିଦ୍ୟାଳୟରେ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସଜାଡ଼ିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପରିବେଶ ​‌ସୌନ୍ଦର୍ଯ୍ୟକରଣ କରାଯିବା ସହ ଏବଂ ନିର୍ଦ୍ଦାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମନାଗୁଡା, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟର ସମସ୍ତ କାର୍ୟ୍ୟ ପାଇଁ ୮୦ଲକ୍ଷ ଟଙ୍କାର ଖର୍ଚ୍ଚ ଆବଶ୍ୟକତା ରହିଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଅକ୍ଟୋବର ୨ତାରିଖରୁ ଠାରୁ ସ୍ମାର୍ଟ ଶ୍ରେଣୀ ଗୃହରେ ପାଠ ପଢିବାର ସୁଯୋଗ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଥିବାରୁ ଯଥାଶୀଘ୍ର ତୁରନ୍ତ ଗତିରେଶ୍ରୀଘ୍ର କାର୍ୟ୍ୟ ସମାପ୍ତ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ଜେ ସୋନାଲ, ଅତିରିକ୍ତ ତହସିଲଦାର ଫ୍ରଡିନାଲ ଏକ୍କା, ରାମନାଗୁଡା ବିଡ଼ିଓ ବେଣୁଧର ଶବର, ବ୍ଲକ ଉପାଧ୍ୟକ୍ଷ ସୂର୍ୟ୍ୟରାଓ କୁମ୍ଭିରିକା, ସହକାରୀ ଯନ୍ତ୍ରୀ ପି କେ ମିଶ୍ର, କନିଷ୍ଠଯନ୍ତୀ ହରେକୃଷ୍ଣ ପଣ୍ଡା, ହିମାଂଶୁ ରଥଙ୍କ ବ୍ଲକର ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.