ମଶାଣି ଜମି ହାତେଇବାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ମୁଖ୍ୟବଜାର ନିକଟରେ ଥିବା ମଶାଣି ଜମିରେ ଉଠା ଦୋକାନ କରିବାକୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାମନାଗୁଡା ମୁଖ୍ୟ ରାସ୍ତା ବଜାରଠାରେ ଅସମ୍ଭାଳ ଭିଡ଼ ହେଉଥିବା କାରଣରୁ ପ୍ରଶାସନ ପକ୍ଷରୁ ମଶାଣି ନିକଟରେ ଥିବା ଖାଲି ସ୍ଥାନରେ ପରିବା ଦୋକାନ ସ୍ଥାନାନ୍ତରିତ ହୋଇଥିବା ବେଳେ ବସଷ୍ଟାଣ୍ଡ ନିକଟରେ ଉନ୍ନୟନ କାର୍ଯ୍ୟ ଜାରି ରହିଥିବା ବେଳେ କିଛି ଉଠା ଦୋକାନୀ ମଶାଣି ଜମିକୁ ସମତୁଲ କରି ଜମି ହାତେଇ ଥିବା ଚେଷ୍ଟା କରିବାକୁ ନେଇ ସ୍ଥାନୀୟ ଲୋକ ନାପସନ୍ଦ କରିଛନ୍ତି। ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ଏହା ମଶାଣି ହୋଇଥିବା ବେଳେ ମଶାଣି ଜମିକୁ ଲୋକେ ଅଧିଗ୍ରହଣ କଲେ ଆଗକୁ ଲୋକେ ଶବ କେଉଁଠି ଦାହ କରିବେ ଲୋକେ ପ୍ରଶ୍ନ କରିଛନ୍ତି।ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ଲୋକେ ଦାବି କରିଛନ୍ତି।

Comments are closed.