ଲିମାପଦରରେ ଭାଗବତ ସପ୍ତାହ ପାଳିତ

ରାମନାଗୁଡା: ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଲିମାପଦର ଗାଁରେ ଆଜି ବି ବଞ୍ଚି ରହିଛି ପ୍ରାଚୀନ କାଳର କଳା ସଂସ୍କୃତି ଓ ପରମ୍ପରା। ଓଡ଼ିଆ ଜାତିର ପଵିତ୍ର ଗ୍ରନ୍ଥ ଭାଗବତର ପାରାୟଣ ଓ ଭାଗବତ ଟୁଙ୍ଗୀ ପରମ୍ପରା ଆଜି ବି ବଞ୍ଚି ରହିଛି ଲିମାପଦର ଗାଁରେ। ଏହି ଭାଗବତ ପାରାୟଣ ଉତ୍ସବ ଦୀର୍ଘ ବର୍ଷ ଧରି କାର୍ତ୍ତିକ ମାସ ଶୁକ୍ଳ ଷଷ୍ଠୀରୁ ଆରମ୍ଭ ହୋଇ ଦ୍ଵାଦଶୀ ତିଥି ପର୍ଯ୍ୟନ୍ତ ଗାଁରେ ଥିବା ସୀତାରାମ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ ହୁଏ। ଏହି ପାରାୟଣ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ତଥା କେନ୍ଦ୍ର ବିନ୍ଦୁ ହେଲା ପବିତ୍ର ବଡ଼ ଏକାଦଶୀ ତିଥିରେ ରାତ୍ରି ଉଜାଗର ରହି ସପ୍ତର୍ଷିଙ୍କ ଉଦ୍ଦେଶ୍ୟରେ ମାନସିକଧାରୀଙ୍କ ସପ୍ତଦ୍ୱୀପ ଧାରଣ ଓ ପରଦିନ ଗାଁର ସ୍ତ୍ରୀଲୋକଙ୍କ ସହ ବଂଶଧାରାରେ ସମବେତ ବୁଡ଼ ପକେଇବାର ଅନନ୍ୟ ଓ ଭିନ୍ନ ଏକ ପରମ୍ପରା। ଏଥି ସହ ଭାଗବତର ବିଭିନ୍ନ ଅଧ୍ୟାୟ ଅନୁସାରେ କୃଷ୍ଣଜନ୍ମ ଓ ନନ୍ଦ ଉତ୍ସବ ପାଳନ ଗାଁ ପରିବେଶକୁ ଋଦ୍ଧିମନ୍ତ କରିଥାଏ।

ଏହି କାର୍ଯ୍ୟକ୍ରମ ପ୍ରପନ୍ନ ତ୍ରିପାଠୀଙ୍କ ପୋୖରାହିତ୍ୟ ରେ ଅନୁଷ୍ଠିତ ହୋଇଥିବା ବେଳେ ଅଗାଧୁ ପଣ୍ଡା, ସୁବାସ ପଣ୍ଡା, ପ୍ରମୋଦ ତ୍ରିପାଠୀ ପ୍ରମୁଖ ଭାଗବତ ପଠନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଭଗବତ ପ୍ରେମୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ପଣ୍ଡା, ହୃଷିକେଶ ପଣ୍ଡା, ହିମାଂଶୁ ପଣ୍ଡା, ଚକ୍ରପାଣି ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.