କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ରାମନାଗୁଡା: କନିଷ୍ଠ ଶିକ୍ଷକମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ସହ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ଅର୍ନ୍ତଭୃକ୍ତ କରିବା ଦାବି ନେଇ ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବ୍କକ ଶିକ୍ଷାଧିକାରୀ ସୂଜନ ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଦାବି ଅନୁଯାୟୀ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରାଯିବାକୁ ୨୦୧୬ରୁ ଦାବି ହୋଇ ଆସୁଅଛି।

 

କିନ୍ତୁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଦିନକୁ ଦିନ ତୈଳ ଦରଠୁ ଆରମ୍ଭ କରି ପନିପରିବା ଓ ରାସନ ସାମଗ୍ରୀ ଦର ଆଶାତୀତ ଭାବେ ବୃଦ୍ଧି ପାଉଥିବାବେଳେ ଏନେଇ ଶିକ୍ଷକମାନେ ନାହିଁନଥିବା ହଇରାଣ ହେଉଛନ୍ତି। ତେଣୁ ଶିକ୍ଷକଙ୍କ ମାସିକ ଦରମା ସର୍ବନିମ୍ନ ୧୬ହଜାର ଟଙ୍କା ପ୍ରଦାନ କରାଯିବାକୁ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି। ଆଜି ଦାବିପତ୍ର ପ୍ରଦାନ ସମୟରେ ରାମନାଗୁଡା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ସଭାପତି ଶିବଦତ୍ତ ରାଉଳ, ସନ୍ତୋଷ କୁମାର ପ୍ରଧାନ, ବର୍ଷା ପ୍ରଧାନ, ସୁମନ ବାଲଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.