ବିଜେପି ଛାଡି ବିଜେଡିରେ ମିଶିଲେ ରମାକାନ୍ତ ଭୋଇ

ଭୁବନେଶ୍ୱର : ପାଖେଇ ଆସୁଛି ଉପନିର୍ବାଚନ। ଏହି ସମୟରେ ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀମାନଙ୍କର ଦଳ ଅଦଳବଦଳ ହେଉଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ଉପନିର୍ବାଚନ ର୍ପୂବରୁ ରମାକାନ୍ତ ଭୋଇ , ବିଜେପି (ଭାରତୀୟ ଜନତା ପାର୍ଟି )ଛାଡ଼ି ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେଡି ଉପସଭାପତି ଦେବୀ ମିଶ୍ର, ପ୍ରଶାନ୍ତ ମୁଦୁଲି, ରଘୁନନ୍ଦନ ଦାସ, ରାଜଶ୍ରୀ ମଲ୍ଲିକ, ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିଲେ। ଏହାସହ ଏହି ମିଶ୍ରଣ ପର୍ବରେ ରମାକାନ୍ତଙ୍କର ବହୁ ବିଜେପିକର୍ମୀ ମାନେ ମଧ୍ୟ ବିଜେଡ଼ିରେ ଯୋଗ ଦେଇଛନ୍ତି। ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ରମାକାନ୍ତ ଭୋଇ ଲଢିଥିଲେ।

Comments are closed.