ପ୍ରକାଶ ପାଇଲା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୟୁଜି, ପିଜି, ବିଏଡ୍‌ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷାଫଳ

ୟୁଜିରେ ମୋଟ ପାସ୍‌ହାର ୯୨.୬୬%, ପିଜିରେ ପାସ୍‌ହାର ୮୯.୪୬% ରହିଛି ଏବଂ ବିଏଡ୍‌ରେ ପାସ୍‌ହାର ୧୦୦%

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୟୁଜି(ଯୁକ୍ତ ୩ ଫାଇନାଲ୍‌ ସେମିଷ୍ଟାର) ଏବଂ ପିଜି ଫାଇନାଲ୍‌ ସେମିଷ୍ଟାର ସାଙ୍ଗକୁ ବିଏଡ୍‌ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୟୁଜିରେ ମୋଟ ପାସ୍‌ହାର ୯୨.୬୬% ହୋଇଥିବାବେଳେ ପିଜିରେ ପାସ୍‌ହାର ୮୯.୪୬% ରହିଛି ଏବଂ ବିଏଡ୍‌ରେ ପାସ୍‌ହାର ୧୦୦% ହୋଇଛି । ୟୁଜି ଓ ପିଜି ଫାଇନାଲ୍‌ ସେମିଷ୍ଟାର ଏବଂ ବିଏଡ୍‌ ପରୀକ୍ଷାଫଳ ସେମାନଙ୍କ ପରୀକ୍ଷାଫଳ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ ଉପଲବ୍ଧ। ଛାତ୍ରୀମାନେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରୁ ପରୀକ୍ଷାଫଳ ଦେଖିପାରିବେ ବୋଲି ସୂଚନା ଦିଆଯାଇଛି।

ୟୁଜି ଫାଇନାଲ୍‌ ସେମିଷ୍ଟାର ପରୀକ୍ଷାରେ ସର୍ବାଧିକ ବିଜ୍ଞାନରେ ୯୮.୪୮% ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ କଳାରେ ୯୦.୦୬% ଏବଂ ବାଣିଜ୍ୟରେ ୭୧.୨୧% ଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ପିଜି ଫାଇନାଲ୍‌ ସେମିଷ୍ଟାରରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ ୮୯.୪୬% ଛାତ୍ରୀ ଉତ୍ତୀର୍ଣ୍ଣ। ତେବେ ବିଏଡ୍‌ରେ ଶତପ୍ରତିଶତ ଛାତ୍ରୀ ପାସ୍‌ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

Comments are closed.