ରାମ ମନ୍ଦିର ଭୂମିପୂଜା ଉତ୍ସବ : ଆଲୋକମାଳାରେ ଅଯୋଧ୍ୟା ନଗରୀ

ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ପ୍ରସ୍ତୁତି ଜୋରଦାର ଚାଲିଛି। ସୋମବାର ଠାରୁ ତିନି ଧରି ହେବାକୁ ଥିବା ଏହି ଭୂମିପୂଜା କାର୍ଯ୍ୟ ବୁଧବାର (ଅଗଷ୍ଟ ୫)ରେ ଶେଷ ହେବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟ ନିମନ୍ତେ ସମଗ୍ର ଅଯୋଧ୍ୟା ନଗରୀକୁ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଅଯୋଧ୍ୟାରେ ଦୀପାବଳୀ ଭ୍ରମ ସୃଷ୍ଟି ହୋଇଛି। ନଗରୀରେ ଥିବା ୨୦ହଜାର ମନ୍ଦିରକୁ ଆଲୋକିତ କରାଯାଇଛି। ଅଯୋଧ୍ୟାକୁ ଯାଇଥିବା ସମସ୍ତ ରାସ୍ତାକୁ ପରିଷ୍କାର କରାଯାଇଛି। ଏହା ସହିତ ଅଯୋଧ୍ୟା ନଗରୀକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସୂଚନା ଅନୁଯାୟୀ ମୋଦୀ ବୁଧବାର ପୂର୍ବାହ୍ଣ ୧୧ଟାରୁ ୧୧ଟା ୧୫ମିନିଟ୍‌ ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିବେ। ଅପରାହ୍ଣ ୨ଟାରେ ସେ ଅଯୋଧ୍ୟାରୁ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ମାତ୍ର ୩ ମିନିଟ୍ ପାଇଁ ପୂଜା କରିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ହନୁମାନଗ୍ରହୀଙ୍କ ଠାରେ ପ୍ରାର୍ଥନା କରିବେ। ଏଠାରେ ମୋଦୀ ୭ ମିନିଟ୍ ରହିବେ। ତା’ ପରେ ଭିତ୍ତିପ୍ରସ୍ତର ସ୍ଥାନରେ ୩ମିନିଟ୍ ରହିବେ।

Comments are closed.