ପ୍ରଜାପିତା ବ୍ରହ୍ମା କୁମାରୀ ପକ୍ଷରୁ ରକ୍ଷା ବନ୍ଧନ

ଗଞ୍ଜାମ :  ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଗଞ୍ଜାମ ତରଫରୁ ଗଞ୍ଜାମ ସହର ମଧ୍ୟାଖଣ୍ଡ ସାହି ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼ଃ ବୈଦ୍ୟନାଥ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଡି. ନିରଞ୍ଜନ ରେଡ଼ି ଯୋଗଦେଇଥିଲେ। ଭଉଣୀ କସ୍ତୁରୀଙ୍କ ପୌରୋହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଉଣୀ ଯମୁନା, ଚିକି, ଶିବାନୀ, ଦୀପ୍ତି, ମିନତୀ, ଭାଇ ନୀଳକଣ୍ଠ, ନରସିଂହ, ସୁକାନ୍ତ ଭାଇ ଓ କେଦାର ପ୍ରମୁଖ ଉପସ୍ଥିତ ରହି ଥିଲେ। ସମାଜରେ ଭାତୃ ପ୍ରେମ ଓ ଏହି ଦିବସର ତତ୍ପଯ୍ୟ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ।

Comments are closed.