ଟ୍ରାଫିକ ପୁଲିସ ହାତରେ ରାଖୀ ବାନ୍ଧିଲେ ସ୍ବେଚ୍ଛୋସେବ ସେବାକେନ୍ଦ୍ର ସଦସ୍ୟ

ଭୁବନେଶ୍ୱର : ରକ୍ଷାବନ୍ଧନ ହେଉଛି ସ୍ନେହ ଓ ସମ୍ପର୍କର ପବିତ୍ର ବନ୍ଧନ। ଏହି ଦିନ ଭଉଣୀ ତାର ଭାଇ ହାତରେ ରାଖି ବାନ୍ଧି ସବୁଦିନ ପାଇଁ ସୁରକ୍ଷା ଲୋଡ଼ିଥାଏ। ଭାଇ ମଧ୍ୟ ଭଉଣୀ ହାତରୁ ରାଖୀ ବାନ୍ଧି ସାରା ଜୀବନ ଭଉଣୀକୁ ସୁରକ୍ଷା ଦେଇଥାଏ। କିନ୍ତୁ ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ରକ୍ଷା ବନ୍ଧନକୁ ଏକ ନିଆରା ଢଙ୍ଗରେ ପାଳନ କରିଛି। ନିଜ ଜୀବନକୁ ବାଜି ଲଗାଇ ଖରା, ବର୍ଷା, ଶୀତ କାକରରେ ଲୋକମାନଙ୍କୁ ସବୁବେଳେ ସୁରକ୍ଷା ପ୍ରଦାନ କରୁଥିବା ଏବଂ ରାସ୍ତା ଦୁର୍ଘଟଣାରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରୁଥିବା ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟର ଟ୍ରାଫିକ ପୁଲିସ୍ ଏବଂ ପୁଲିସ ଅଧିକାରୀଙ୍କ ହାତରେ ସ୍ୱେଚ୍ଛାସେବୀ କେନ୍ଦ୍ରର ସଦସ୍ୟମାନେ ରାଖି ବାନ୍ଧିଥିଲେ। ରାଖି ବାନ୍ଧି ସାରିବା ପରେ ପୁଲିସ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ଆମେ ଏମିତି ଦେଶ ଓ ଜାତି ପାଇଁ କାର୍ଯ୍ୟ କରି ଚାଲିିବୁ। ଦିନ ହେଉ ବା ରାତି ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଯଦି କୌଣସି ବ୍ୟକ୍ତି ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ ଅବା ଅସୁବିଧାରେ ପଡ଼ିଥାଏ, ତେବେ ଖବର ପାଇବା ମାତ୍ରେ ଆମେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବୁ ବୋଲି ଟ୍ରାଫିକ ପୁଲିସ ଓ ପୁଲିସ ଅଧିକାରୀ ପ୍ରକାଶ କରିଥିଲେ।
ରୂପାଲି ଦଳାଇ, ଗୀତାଞ୍ଜଳି ଦଳାଇ ଓ ଦୀପା ବେହେରା ପ୍ରମୁଖ ଟ୍ରାଫିକ ପୁଲିସ ଓ ପୁଲିସ ଅଧିକାରୀଙ୍କ ହାତରେ ରାଖୀ ବାନ୍ଧିଥିଲେ। ଏହି କାର୍ଯ୍ୟକ୍ରମରେ ସେବାକେନ୍ଦ୍ରର ସମ୍ପାଦକ ବାପି ନାୟକ, ସନ୍ତୋଷ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Comments are closed.