୧୧ କେଭି ବିଦ୍ୟୁତ ତାର ଛିଡି ୩ ବଳଦ ଓ ୨ ଗାଈ ମୃତ

ମୋହନା: ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କୀର୍ତ୍ତିଙ୍ଗ ଗ୍ରାମ ନିକଟ ପଡିଆରେ ଗାଈ ଗୋରୁ ଚରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ବଳଦ ଏବଂ ୨ଟି ଗାଈ ମୃତ୍ୟୁବରଣ କରିଛନ୍ତି। କୀର୍ତ୍ତିଙ୍ଗ ଗ୍ରାମର ସନାତନ ପାଇକ ଏବଂ ଅଗସ୍ତିନ ନାୟକଙ୍କ ୩ଟି ବଳଦ ଓ ୨ଟି ଗାଈ ଗ୍ରାମ ନିକଟସ୍ଥ ପଡିଆରେ ଚରୁଥିବା ବେଳେ ହଠାତ ୧୧ କେଭି ବିଦ୍ୟୁତ ତାରଟି ବଳଦ ଓ ଗାଈ ମାନଙ୍କ ଉପରେ ଛିଡି ପଡିଥିଲା। ସେଠାରେ ନିଆଁ ଲାଗିଯିବା ସହ ପ୍ରାଣୀ ମାନେ ପ୍ରାଣ ହରାଇଥିଲେ। ତେଵେ ବିଦ୍ୟୁତ ବିଭାଗ ପକ୍ଷରୁ ତଦାରଖର ଅଭାବ ଯୋଗୁଁ ଏଭଳି ଘଟଣା ବାରମ୍ବାର ମୋହନା ଅଞ୍ଚଳରେ ଘଟୁଛି।

Comments are closed.